ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ଅନ୍ତର୍ଗତ ଲହଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ତରଫରୁ ଖଣ୍ଡବନ୍ଧ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଅବସରପ୍ରାପ୍ତ ସହକାରୀ ଶିକ୍ଷକ ଶ୍ରୀମତୀ ସରଳା ରାଉତ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ କାଶୀପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମଇ ମାସ ଦଶ ତାରିଖ ପୂର୍ବାହ୍ନ ଏଗାରଟାରେ ବରିଷ୍ଠ ଶିକ୍ଷକ ନକୁଳ ଚରଣ ଶତପଥୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ରାଜ୍ୟ, ପ୍ରକ୍ରୁତିବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ସୁସମାଜସେବୀ ସଞ୍ଜୟ କୁମାର ସାମନ୍ତ, ସମ୍ମାନିତ ଅତିଥି ଭାବେ ଗଁଦିଆ ବ୍ଳକ ଶିକ୍ଷକ ସମନ୍ୱୟ ସମିତି ସମ୍ପାଦକ ଅକ୍ଷୟ କୁମାର ମିଶ୍ର, କୋଷାଧ୍ୟକ୍ଷ ଅଜିତ କୁମାର ରାଉତ, ପ୍ରାକ୍ତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବୀରବର ନାୟକ, ଗୌରହରି ଭୋଇ, ବର୍ତ୍ତମାନ ସଂଯୋଜକ ବିଜୟ କୁମାର ବାନାରା ଉପସ୍ଥିତ ହୋଇ ଶ୍ରୀମତୀ ସରଳା ରାଉତ ଙ୍କ ବହୁମୂଖୀ ଜୀବନ ଉପରେ ଆଲୋଚନା କରିଥିଲେ। ଶିକ୍ଷକ ସନ୍ତୋଷ କୁମାର ଖୁଣ୍ଟିଆ ଅତିଥି ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ମିତାଲୀ ମଧୁସ୍ମିତା ସାହୁ ପୁଷ୍ପ ଗୁଚ୍ଛ ପ୍ରଦାନ କରିଥିଲେ। ବିଭିନ୍ନ ବିଦ୍ୟାଳୟ ରୁ ଶିକ୍ଷକ ସର୍ବଶ୍ରୀ ବିରେନ୍ଦ୍ର କୁମାର ସାମନ୍ତ, ଅଲେଖ ବେହେରା, ବିଜୟ କୁମାର ମହାରଣା, ଯଯାତି କେଶରୀ ନାୟକ, ସୂର୍ଯ୍ୟମଣି ବେହେରା , ପ୍ରଧାନ ଶିକ୍ଷୟିତ୍ରୀ ରାଧାରାଣୀ ସାହୁ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଙ୍କ ଗୁଣଗାନ କରିଥିଲେ। ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଙ୍କୁ ପୁଷ୍ପ ଗୁଚ୍ଛ , ଉତ୍ତରୀୟ , ମାନପତ୍ର,ଓ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଶିକ୍ଷକ ମହେଶ୍ୱର ପଣ୍ଡା ମାନପତ୍ର ପାଠ କରିଥିଲେ ଓ ଶିକ୍ଷକ ଦିନେଶ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କ୍ଲଷ୍ଠର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ‌ ଉପରୋକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Recent Post

Live Cricket Update

You May Like This