ଜୀବଜନ୍ତୁଙ୍କୁ ନିର୍ଯାତନା ନେଇ ପଶୁ ସ୍ୱାସ୍ଥ କେନ୍ଦ୍ର ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଗୋଷ୍ଠୀ ସଭା ଗୃହରେ ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ଜିବେ ନିଷ୍ଠୁରତା ଆଇନ ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇ ଯାଇଅଛି । ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼. ସୁଶାନ୍ତ କୁମାର ସେଠି ଅଧ୍ୟକ୍ଷତା କରିଥିଲେ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଏଲିଜା ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟାନ୍ୟ ବିଭାଗରୁ ଆସିଥିବା ସରକାରୀ କର୍ମଚାରୀ , ଜନ ପ୍ରତିନିଧି ବୃନ୍ଦ , ଏବଂ ପ୍ରାଣୀ ପାଳନ ବିଭାଗର କାର୍ଯ୍ୟରତ କର୍ମଚାରୀଙ୍କୁ ନେଇ ସଭାଟି ଅନୁଷ୍ଠିତ ହୋଇ ଥିଲା । ସଭା ଟିରେ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରତାପ କୁମାର ପଟ୍ଟନାୟକ ଯୋଗ ଦେଇ ପ୍ରାଣୀ ମାନଙ୍କ କ୍ଷେତ୍ରରେ ବିଭିନ୍ନ ପ୍ରକାରର ହେଉଥିବା ଅତ୍ୟାଚାର ଏବଂ ସେଥିପାଇଁ ଥିବା ବିଭିନ୍ନ ପ୍ରକାରର ଦଣ୍ଡ ବିଧାନ ସମ୍ପର୍କରେ ଆଲୋକପାତ କରାଇ ଥିଲେ ।
ଶେଷରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ ସେଠି ମତ ପୋଷଣ କରିଥିଲେ ଯେ , ଏହି ପୃଥିବୀ କେବଳ ମନୁଷ୍ୟ ବଞ୍ଚିବା ପାଇଁ ଉଦ୍ଧିଷ୍ଟ ନୁହେଁ ବରଂ ସମସ୍ତ ଯିବ ଜଗତ କିପରି ଭଲ ଭାବରେ ବଞ୍ଚିବେ ତାକୁ ସୁନିଶ୍ଚିନ୍ତ୍ କରାଇବା ମଣିଷ ସମାଜର ଏକ ଗୁରୁ ଦାୟିତ୍ଵ ଏବଂ ସରକାର ଏଥିପାଇଁ ପ୍ରୟାସ ଜାରି ରଖିଛନ୍ତି । ଜୀବଜନ୍ତୁ ଙ୍କୁ ତୁରନ୍ତ ଚିକିସ୍ଥା ପାଇଁ ୧୯୬୨ ବିଶିଷ୍ଟ ଏକ ଟୋଲ ଫ୍ରି ନମ୍ବର ଅବଗତ କରାଇବା ସହ ଏହା ଦ୍ବାରା ବୁଲା ଗୋରୁ ଗାଇଙ୍କୁ ନିଶୁଳ୍କରେ ଚିକିତ୍ସା କରା ଯାଇ ପାରୁଅଛି।
ଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ମିଶ୍ର ସରକାରଙ୍କ ଏହି ସବୁ ବଳିଷ୍ଠ ପଦକ୍ଷେପ ପାଇଁ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଉପସ୍ଥିତ ସମସ୍ତଙ୍କୁ ଏହାର ବ୍ୟାପକ ପ୍ରଚାର କରିବା ପାଇଁ ନିବେଦନ କରାଇ ଥିଲେ।