ବିଜୁଳି ବିଭାଗର ଆଇଟିଆଇ ଟେକନିସିଆନ ଙ୍କ ଭାଗ୍ୟ ଅନ୍ଧାରରେ

ବିଜୁଳି ବିଭାଗର ଆଇଟିଆଇ ଟେକନିସିଆନ ଙ୍କ ଭାଗ୍ୟ ଅନ୍ଧାରରେ

କଳାବ୍ଯାଚ ପରିଧାନ କରି ପ୍ରତିବାଦ ଜଣାଇଲେ ଚାଇଁପାଲ ଡିଭିଜନ କର୍ମଚାରୀ

ଦୀର୍ଘ ବର୍ଷର ଅପେକ୍ଷା ଓ ବିଦ୍ୟୁତ ବିଭାଗର ବିଭାଗୀୟ ମୁଖ୍ୟଙ୍କ ଆଇଟିଆଇ ଟ୍ରେନିଂ ବିଦ୍ୟୁତ ଶ୍ରମିକ କର୍ମଚାରୀ ମାନଙ୍କ ମୌଳିକ ଦାବି ପ୍ରତି ଅଣଦେଖା ମନୋଭାବ
ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ର ନିର୍ଦ୍ଦେଶ ଅନୁଯାୟୀ ଚାଇଁପାଲ ଡିଭିଜନ୍ ସମସ୍ତ ସଦସ୍ୟ ମାନଙ୍କ ଏକାଠି ହୋଇ କଳା ବ୍ୟାଚର ପରିଧାନ କରି ପ୍ରତିବାଦ ଜଣାଇଛନ୍ତି। ଡିଭିଜନ ସମ୍ପାଦକ ବିକାଶ ସାହୁ ସୂଚନା ଅନୁଯାୟୀ ସମସ୍ତ ଯୁବ ଶ୍ରମିକ ସାଥୀଙ୍କ ପାଇଁ ଦୀର୍ଘ ଦିନରୁ ଉପେକ୍ଷିତ ଦାବି ଯଥା ଆଇଟିଆଇ ଟ୍ରେନିଂ ପ୍ରାପ୍ତ କୁଶଳୀ ବିଦ୍ୟୁତ ଶ୍ରମିକ କର୍ମଚାରୀ ମାନଙ୍କ ମୂଳ ଦରମା ଓ କିରାଣୀ ବର୍ଗର କର୍ମଚାରୀଙ୍କ ମୂଳଦରମା କୁ ସମାନ କରିବା ସହ ଆମ ରାଜ୍ୟର ସମାନ ବର୍ଗର ରାଜ୍ୟ ସରକାରୀ କର୍ମଚାରୀଙ୍କ ମୂଳଦରମା ସହ ଆମ ଶ୍ରମିକ କର୍ମଚାରୀଙ୍କ ମୂଳଦରମା କୁ ସମାନ କରିବା ପାଇଁ ଆରମ୍ଭ ହୋଇଥିବା ଲଢେଇ ର ପ୍ରତିବାଦ ସ୍ବରୂପ ୦୯ ମେ ଠାରୁ ୧୫ ମେ ପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ କରି କାର୍ଯ୍ୟ କରିବେ । କର୍ମଚାରୀ ଙ୍କ ଦାବି ଯଦି ପୂରଣ ନକରାଯାଏ ୧୬ ମେ ଠାରୁ ଭୁବନେଶ୍ବର ମୁଖ୍ୟ ଅଫିସ ମୁଖ୍ୟ ଦ୍ବାର ସମୁଖରେ ପୃଥକ ପୃଥକ ଗଣଧାରଣା ପ୍ରଦାନ କରାଯିବ , ଯେଉଁ ଥରେ ସାରା ଓଡ଼ିଶାର ସମସ୍ତ ବିଦ୍ୟୁତ ଶ୍ରମିକ କର୍ମଚାରୀ ଯୋଗଦାନ କରିବେ। ଚାଇଁପାଲ ଡିଭିଜନ ୧୪ଟି ସେକ୍ସନର ସମ୍ପାଦକ ବିକାଶ ସାହୁ, ପ୍ରଶାନ୍ତ ବେହେରା, ପିଲୁ ସାମଲ, ରାଜେଶ ନାୟକ, ପ୍ରତାପ ସାହୁ, ରଞ୍ଜିତ ବେହେରା, ସଂଜୟ ସାହୁ, ଅଜିତ ପ୍ରଧାନ, ଭାସ୍କର ସାହୁ, ଗୁରୁଦେବ ବେହେରା, ରାଜକିଶୋର ସାହାଣୀ, ସୁଶାନ୍ତ ସେଠି ଙ୍କ ସହ ଫିଲ୍ଡ ରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀ କଳା ବ୍ୟାଚକୁ ପରିଧାନ କରି କାର୍ଯ୍ୟ କରୁଥିବାର ନଜରକୁ ଆସିଛି।

Recent Post

Live Cricket Update