Search
Close this search box.

ଆମ ହସ୍ପିଟାଲ ଦାବିରେ ବୈଠକ ବର୍ଜନ କଲେ ୧୫ ନମ୍ବର ଜୋନ୍ ର ଜିଲ୍ଲା-ପରିଷଦ

ଆମ ହସ୍ପିଟାଲ ଦାବିରେ ବୈଠକ ବର୍ଜନ କଲେ ୧୫ ନମ୍ବର ଜୋନ୍ ର ଜିଲ୍ଲା-ପରିଷଦ

ରାଜ୍ୟ ସରକାର ୧୪୭ ଟି ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ଡାକ୍ତରଖାନାକୁ ମୋ ହସପିଟାଲ ଯୋଜନାରେ ସାମିଲ କରିଛନ୍ତି।ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ବ୍ୟତିକ୍ରମ ହୋଇଥିବା ଅଭିଯୋଗ ହୋଇଛି । ସବୁ ନିର୍ବାଚନ ମଣ୍ଡଳୀରେ ସଦରମହାକୁମାର ଡାକ୍ତରଖାନାକୁ ମୋ ହସପିଟାଲରେ ସାମିଲ କରାଯାଇଥିବା ବେଳେ ଛେଣ୍ଡିପଦାର କୋଶଳା ଡାକ୍ତରଖାନାକୁ ଏଥିରେ ସାମିଲ କରାଯାଇଛି । ଆମ ହସପିଟାଲ ପାଇଁ ଯେଉଁ ମାପଦଣ୍ଡ ରହିଛି ତାହା ଛେଣ୍ଡିପଦା CHC ରେ ସବୁ ଯୋଗ୍ୟତା ଥିବା ବେଳେ ଏହାକୁ ଆମ ହସପିଟାଲ ଯୋଜନାରେ ସାମିଲ ନ କରିବା ଯୋଗୁଁ ଗତ ୨୧ ଦିନ ହେଲା ଆନ୍ଦୋଳନ କରା ଯାଉଛି । ଆନ୍ଦୋଳନକାରୀଙ୍କର ତହସିଲଦାର , ଜିଲ୍ଲାପାଳ ସହ ବାରମ୍ବାର ଆଲୋଚନା କରାଯାଇଥିବା ସତ୍ୱେ କୌଣସି ସୁଫଳ ମିଳି ପାରି ନାହିଁ । ଏହି ଆନ୍ଦୋଳନରେ ଛେଣ୍ଡିପଦା ୧୫ ନମ୍ବର ଜୋନର ଜିଲ୍ଲା ପରିଷଦ ଯଶୋବନ୍ତ ବେହେରା ମଧ୍ୟ ପ୍ରତ୍ୟକ୍ଷ ଭାବେ ସାମିଲ ରହି ଆନ୍ଦୋଳନ ଚଳାଇ ଆସିଛନ୍ତି । ଏପରିସ୍ଥଳେ ଆଜି ଅନୁଗୋଳ ଠାରେ ୫୫ ତମ ଜିଲ୍ଲା ପରିଷଦ ବୈଠକକୁ ଯଶୋବନ୍ତ ବର୍ଜନ କରିଛନ୍ତି । ଛେଣ୍ଡିପଦା ଡାକ୍ତରଖାନା ଉପରେ ଅନେକ ଲୋକ ନିର୍ଭର କରୁଥିବା ବେଳେ ଛେଣ୍ଡିପଦା ବାସୀଙ୍କୁ ଜିଲ୍ଲା ପ୍ରଶାସନ ଅବହେଳା ପ୍ରଦର୍ଶନ କରୁଥିବା ଦର୍ଶାଇ ସେ ଏହି ବୈଠକକୁ ବର୍ଜନ କରିଥିବା କହିଛନ୍ତି ।

Recent Post

Live Cricket Update

You May Like This

× How can I help you?