ନୂତନ ବସ ଟର୍ମିନାଲ କୁ ନୀଳ ପତାକା ଦେଖାଇ ଶୁଭାରମ୍ଭ କରିଲେ ଜିଲ୍ଲାପାଳ
ବହୁ ବାଦ ବିବାଦ ପରେ ଆଜି ଠାରୁ ନୁଆ ବସ ଷ୍ଟାଣ୍ଡ ରେ ଗଡିଲା ବସ ।ସେଥିପାଇଁ ସୁନ୍ଦର ଭାବରେ ସଜେଇ ହୋଇଥିବା ନୂଆ ବସ ଟର୍ମିନାଲ। ଅନୁଗୋଳ ଜିଲ୍ଲା ର ନୂତନ ଭାବେ ତିଆରି ହେଇଥିବା ବସ ଟର୍ମିନାଲ ରେ ଆଜି ସମସ୍ତ ବସ ଚଳା ଚଳ ଆରମ୍ଭ ହେଇଛି। ଅନୁଗୋଳ ଜିଲ୍ଲାପାଲ ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏବଂ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଗିରିଜା ଶଙ୍କର ମାଲିକ ନୀଳ ପତାକା ଦେଖେଇବା ପରେ ବସ ଚଳା ଚଳ ଆରମ୍ଭ ହେଇଥିଲା। ଏହି ଶୁଭାରମ୍ବ ରେ ବସ ମାଲିକ ସଂଘ ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।