ମୋର ସ୍ବାମୀ ମରି ଗଲା ମୁଁ ଏକା ହୋଇ ଗଲି ମୋତେ କେହି ପଚାରୁ ନାହାନ୍ତି ମୁଁ କେମିତି ମୋ’ର ତିନୋଟି ଛୁଆ ସହିତ କେତେ କଷ୍ଟରେ ଅଛି
ହଁ ଦଶକ ବନ୍ଧୁ ଏପରି ଜଣେ ବିଧବା ମହିଳା ଙ୍କ ଆଖିରୁ ଲୁହ ଝରି ଝରି କାନ୍ଦି କାନ୍ଦି କହୁଛି ଏହି ବିଧବା ମହିଳା ମାଟି ଏପରି ଦେଖିବାକୁ ମିଳିଛି ପାଟଣା ବ୍ଲକ ଅଞ୍ଚଳରେ
କେନ୍ଦୁଝର ଜିଲ୍ଲା
ପାଟଣା ବ୍ଲକ ଅନ୍ତର୍ଗତ ସରାସକୋଲା ପଞ୍ଚାୟତ ନିକଟସ୍ଥ ଝିଞ୍ଜିନାଳି ସାହିର ଅସହାୟ ବିଧବା ମହିଳା ମାଳତୀ ମୁଣ୍ଡା √ସ୍ବର୍ଗତ ଦିନ ମଜୁରିଆ ଟୁକୁନା ମୁଣ୍ଡା ୨୮ ବୟସରେ ହୃଦଘାତରେ ୪ତାରିଖରେ ମୃତ୍ୟୁ ବରଣ କରିବା ପରେ ପରିବାର ଲୋକେ ଅସହାୟ ହୋଇ ପଡିଛନ୍ତି ସ୍ବାମୀ ର ଶୁଦ୍ଧି କ୍ରିୟା କରିବା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି।ଏବେ ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡୁଛି ।ସ୍ୱାମୀ ମରିବା ପରେ ବିଧବା ମାଳତୀ ମୁଣ୍ଡା କୁନି କୁନି ତିନି ଝିଅ ଶାଶୁ ଶଶୁର ନ ଥିବା ବେଳେ ବହୁ ଅସୁବିଧା ରେ ଜୀବନ ବିତାଉଥିବା ବେଳେ ଦଇବ ଦାଉ ସାଜିଲା।ରହିବା ପାଇଁ ଭଲ ଘର ଖଣ୍ଡିଏ ନ ଥିବା ବେଳେ ଆବାସ ଗୃହଟିଏ ପାଇଁ ସରପଞ୍ଚ ଟୁ ଆରମ୍ଭ କରି ପାଟଣା ବ୍ଲକ ପ୍ରଯ୍ୟନ୍ତ ସମସ୍ତ ଙ୍କୁ କାକୁତି ମିନତୀ କରି ଗୁହାରି ଜଣାଇ ଆସୁଛନ୍ତି କିନ୍ତୁ କେହି ଗୁହାରୀ ଶୁଣୁ ନ ଥିବା କହିଛନ୍ତି।ଆଜ୍ଞା ଆମେ ଗରିବ ଲୋକ ବୋଲି କଣ ଆମ କଥା କେହି ଶୁଣୁ ନାହାନ୍ତି ଆମ ପରିବାରକୁ ସହାୟତା କରନ୍ତୁ। ମୋ ସ୍ୱାମୀର ଶୁଦ୍ଧି କ୍ରିୟା କରିବା ପାଇଁ ସାହାଯ୍ୟ ର ହାତ ବଢ଼ାନ୍ତୁ। ,ଆଗକୁ ବର୍ଷା ଦିନ ଭଙ୍ଗା ଦଦରା ଘରେ କେମିତି ରହିବୁ ଏବେ ଝଡ଼ ବତାସ ଆସିଲେ ପଡୋଶୀ ପିଣ୍ଡା କୁ ଦୌଡ଼ି ଯାଇ ଆଶ୍ରୟ ନେଉଛନ୍ତି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍