ନିଜର ଗର୍ଭବତୀ ଝିଅ କୁ ହାଣିଦେଲା ଜନ୍ମ କଲା ବାପା ମା
ପ୍ରେମ କରି ବିବାହ କରିଥିବାରୁ ଝିଅ ଉପରେ ରାଗି ଯାଇଥିଲା ବାପା
ଆଉ ବାପା ରୁ ପାଲଟି ଯାଇଥିଲା ରାକ୍ଷସ ନିଜର ୪ ମାସ ଗର୍ଭବତୀ ଝିଅ କୁ ଛୋଟ ଉପରେ ଛୋଟ ପକାଇ ଚାଲିଥିଲା ବାପା ହୋଇ ନିଜ ଝିଅର ଗର୍ଭ ନଷ୍ଟ କରିବାକୁ ଯାଉଥିଲା ବାପା ମା
ହଁ ଦଶକ ବନ୍ଧୁ ଝିଅ ପ୍ରେମ ବିବାହ କରିବାରୁ ଝିଅ କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଜନ୍ମ କଲା ବାପା ମା
ନିଜ ଗର୍ଭବତୀ ଝିଅ କୁ ଜୀବନରୁ ଶେଷ କରିଦେବା ପାଇଁ ବାପା ମା ଷଡ଼ଯନ୍ତ୍ର ଝିଅ ମରଣାନ୍ତକ ଆକ୍ରମଣ କରିଛନ୍ତି ଆକ୍ରମଣ ସ୍ଥାନୀୟ ଲୋକେ ଝିଅ କୁ ଉଦ୍ଧାର କରି ୧୦୮ ଯୋଗ କରଞ୍ଜିଆ ଡ଼ାକ୍ତରଖାନାରେ ଭର୍ତି କରିଥିଲେ ତାଙ୍କ ଅବସ୍ଥା ଗୁରୁତର ରହିଥିବାରୁ ସେଠାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଛି ଏଭଳି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ କୁମୁଳାବାହାଳି ଗ୍ରାମ ରେ ସୂଚନା ଅନୁଯାୟୀ ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ କୋଠାଘର ଗ୍ରାମର ସୁଜାତା ମହାନ୍ତ ନାମ୍ନୀ ଜଣେ ଯୁବତୀଙ୍କୁ କୁମୁଳାବାହାଳି ଗ୍ରାମର ଶରତ ମହାନ୍ତ ନାମକ ଜଣେ ଯୁବକ ଭଲ ପାଇ ବାହା ହୋଇଥିବା ବେଳେ ରବିବାର ଝିଅ ଘର ପରିବାରଙ୍କ ଅନିଚ୍ଛା ସତ୍ତ୍ବେ କୁମୁଳାବାହାଳି ଗ୍ରାମରେ ପୁଅ ଘର ପକ୍ଷରୁ ବିବାହ ଭୋଜି ହୋଇଥିଲା ତେବେ ସୋମବାର ସକାଳେ ଝିଅର ବାପା ମା କୁମୁଳାବାହାଳି ଗ୍ରାମରେ ପହଞ୍ଚି ନିଜ ଝିଅକୁ ମରଣାନ୍ତକ ଆକ୍ରମଣ କରିଥିଲେ ସ୍ଥାନୀୟ ଲୋକ ଝିଅର ବାପା ମାଆଙ୍କୁ ଅଟକ ରଖିଥିବା ସହ ପରିବାର ପକ୍ଷରୁ ପାଟଣା ଥାନା ରେ ଅଭିଯୋଗ ହୋଇଛି ପୁଅ ର ବାପା ରାମଚନ୍ଦ୍ର ମହାନ୍ତ ଥାନା ରେ ଅଭିଯୋଗ କରିଛନ୍ତି ଯୁବତୀ ଜଣକ ୪ ମାସ ଗର୍ଭବତୀ ଥିବା ବୋଲି ଜଣାପଡ଼ିଛି। ପାଟଣା ଥାନା ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍