ଦୁର୍ଘଟଣା ରେ କନିଷ୍ଠ ଯନ୍ତ୍ରୀ ଙ୍କ ମୃତ୍ୟୁ
ଦୁର୍ଘଟଣା ରେ ଚାଲିଗଲେ ଝୁମ୍ପୁରା ବ୍ଲକ ରେ କାର୍ଯ୍ୟରତଥିବା କନିଷ୍ଠ ଯନ୍ତ୍ରୀ ନଳିନ୍ଦ୍ର ନାଏକ।ମୃତକ ନଳିନ୍ଦ୍ର ନାଏକ ଝୁମ୍ପୁରା ବ୍ଲକ ରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ। ମଙ୍ଗଳବାର ଦିନ ତାଙ୍କ ଭଉଣୀ ଘର ଅସନପାଟ ଗ୍ରାମ ରୁ ଝୁମ୍ପୁରା ବ୍ଲକ କାର୍ଯ୍ୟାଳୟ କୁ ବାଇକ ଯୋଗେ ଡ୍ୟୁଟି ଯାଉଥିଲ। ଏହି ସମୟରେ ରାଇକଳା ପଞ୍ଚାୟତ ର ଅଲେଖାପଡା ନାଳ ନିକଟରେ ଭାରସ୍ୟାମ ହରାଇ ବାଇକ ଟି ରାସ୍ତା ତଳକୁ ଖସି ପଡିଥିଲା ଫଳରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ନାଏକ ଙ୍କ ମୁଣ୍ଡରେ ପ୍ରବଳ ଆଘାତ ଲାଗିଥିଲା। ସେ ଚେତା ଶୂନ୍ୟ ହୋଇ ପଡ଼ିରହିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଝୁମ୍ପୁରା ଡାକ୍ତରଖାନା କୁ ପଠେଇଥିଲେ। ଜାଗ୍ରତ ଭାରତ ନ୍ୟୁଜ କେନ୍ଦୁଝରରୁ ରତି ରଞ୍ଜନ ବାରିକ ଙ୍କ ରିପୋର୍ଟ ।