ଚମ୍ପୁଆ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକଙ୍କ ଘର ଓ କାର୍ଯ୍ୟଳୟରେ ଆୟକର ବିଭାଗର ଚଢାଉ।
କେନ୍ଦୁଝର ଜିଲ୍ଲାର ଚମ୍ପୁଆ ନିର୍ବାଚନ ମଣ୍ଡଳୀର ପୁର୍ବତନ ବିଧାୟକ ସନାତନ ମହାକୁଡ ଙ୍କ ବିଭିନ୍ନ ଘର ଓ କାର୍ଯ୍ୟଳୟ ରେ ଆୟକର ବିଭାଗର ଚଢାଉ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନ ମଣ୍ଡଳୀର ପୂର୍ବତନ ବାହୁବଳୀ ବିଧାୟକ ତଥା ଖଣି ବ୍ୟବସାୟୀ ସନାତନ ମହାକୁଡ ଙ୍କ ନମ୍ଭିରା ସ୍ଥିତ ପୈତୃକ ବାସଭବନ, କେନ୍ଦୁଝର ସଦମହକୁମାରେ ଥିବା ବାସଭବନ, ଚମ୍ପୁଆ ଉପଖଣ୍ଡ ତଥା ବାମେବାରି ଥାନା ଅନ୍ତର୍ଗତ ଉଚବାଲି ସ୍ଥିତ ବାସଭବନ ଓ ତାଙ୍କ ଖଣି କାର୍ଯ୍ୟଳୟ, ଭୁବନେଶ୍ଵର ସହିଦ୍ ନଗର ସ୍ଥିତ ବାସଭବନ ସମେତ ଏହିଭଳି ପାଖାପାଖି ୧୦ଟି ସ୍ଥାନରେ ଏକକାଳୀନ ଆୟକର ବିଭାଗ ପକ୍ଷରୁ ଚଢଉ ଜାରୀ ରହିଥିବା ସୂଚନା। ଏବଂ ତାଙ୍କର ଘନିଷ୍ଟ ସହଯୋଗୀ ଙ୍କ ଘରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢାଉ ଜାରୀ ରହିଥିବା ସୂଚନା ମିଳିଛି। ବେନିୟମ ଅର୍ଥ କାରବାର ଓ ଆୟ ବେୟ ର ହିସାବ କୁ ନେଇ ଆୟକର ବିଭାଗ ପକ୍ଷରୁ ଏହିଭଳି ଚଢାଉ କରାଯାଇଥିବା ସୂଚନା ରହିଛି । ବ୍ୟାପକ ପୋଲିସ୍ ବଳୟ ମୂତୟନ ଭିତରେ ଏହି ଚଢଉ ଜାରି ରହିଥିବା ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ ।