ଆସ ପିଲେ ମାନେ ବହି ନେଇ ଯାଅ, ହଁ ଦଶକ ବନ୍ଧୁ ଏପରି ଦେଖିବାକୁ ମିଳିଛି

ଆସ ପିଲେ ମାନେ ବହି ନେଇ ଯାଅ ହଁ ଦଶକ ବନ୍ଧୁ ଏପରି ଦେଖିବାକୁ ମିଳିଛି

ସଭିଏଁ ପଢିବେ ସଭିଏଁ ବଢିବେ : ବହି ବସ୍ତା ଵୋହିଲେ ଯାଇ ପଢିବେ।
କେନ୍ଦୁଝର । କେନ୍ଦୁଝର ସହର ଜିଲ୍ଲାପାଳଙ୍କ ଅଫିସ ସଦର ବ୍ଲକ୍ ପଛପଟେ ଅଛି ଧୋବାଡିହା ବାପୁଜୀ ଆଦର୍ଶ ବିଦ୍ୟାଳୟ ସେଇଠି ସରକାରୀ ସ୍କୁଲ ମାନଙ୍କୁ ବହି ଦେବାକୁ ବ୍ୟବସ୍ଥା ହୋଇଛି। ପାଖରେ ସଦର ଶିକ୍ଷା ଜିଲ୍ଲା ଅଧିକାରୀ ବିଇଓ ଅଫିସ୍ ରହିଛି।ହେଲେ ଏହି ସ୍କୁଲ୍ ପରିସରରେ ଏକ ବିଚିତ୍ର ପରିସ୍ଥିତି ଦେଖିବାକୁ ମିଳିଲା କି ଖରାତରାରେ କିଛି ବାହାର ସ୍କୁଲ ଛାତ୍ର ଆସି ବସ୍ତାରେ ବହି ବୋହି ନେଉଛନ୍ତି। ସେହି ସ୍କୁଲ୍ ନାମ ଜାଣିଥିଲେ ମଧ୍ୟ ପିଲାଙ୍କ ଭବିଷ୍ୟତ ଲାଗି ଏଠାରେ ପ୍ରକାଶ କରୁନୁ। ପିଲାମାନେ ବହିକୁ ବସ୍ତାରେ ପୁରେଇ ଟେକି ଟେକି ନେଇ ଅଟୋରେ ରଖୁଥିଲେ। ଏଠାରେ ଯେ ନେଲା ପାଇଲା ନହେଲେ ଡେରି କଲେ କୁଆଡେ ବହି ମିଳିବାର ସମ୍ଭାବନା କମ୍ ତେଣୁ ପିଲେ ନିଜେ ଦୌଡ଼ି ଆସିଥିଲେ ସରକାରୀ ବହି ନେବାକୁ। ଶିକ୍ଷା ବିଭାଗ ବହି ବିତରଣ ଯଦି ସ୍କୁଲ ପରିସରରେ କରନ୍ତା ଛୁଆ ଏମିତି ହଇରାଣ ହୋଇ ବହି ବୋହି ନଥାନ୍ତେ। ତେଣୁ ସ୍କୁଲ ପରିସରରେ ଠିକ୍ ସମୟରେ ଗାଡ଼ି ଲଗାଇ ବହି ଯୋଗାଇ ଦେବାକୁ ଲୋକେ ଦାବି କରୁଛନ୍ତି।
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update