ଜଳ ସମସ୍ୟାକୁ ନେଇଁ ରାସ୍ତା ରୋକ ଘଟଣା, ସହକାରୀ ଯନ୍ତ୍ରୀଙ୍କ ପ୍ରତିଶୃତି ମାରିଛି ଫେଲ
ଜଳ ସମସ୍ୟାକୁ ନେଇଁ ରାସ୍ତା ରୋକ ଘଟଣା, ସହକାରୀ ଯନ୍ତ୍ରୀଙ୍କ ପ୍ରତିଶୃତି ମାରିଛି ଫେଲ
ପ୍ରତିଶ୍ରୁତିର ବିତିଲା ୧୪ ଦିନ ପ୍ରଶାସନର ନିଘା ନାହିଁ l ହଁ ଆଜ୍ଞା ଏକଥା ଆମେ କହୁନୁ କହୁଛନ୍ତି ବନ୍ଧପାରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗାଯୋର ଗାଁ ଛକ୍ ପଡ଼ାର ଲୋକେ l
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗାଯୋର ଗ୍ରାମ ଛକ ପଡ଼ାର ବାସିନ୍ଦା ପାନୀୟ ଜଳ ସମସ୍ୟା କୁ ନେଇ ପଞ୍ଚାୟତ ଠାରୁ ବ୍ଲକ୍ ପର୍ଯ୍ୟନ୍ତ ଯାଇ ବାରମ୍ବାର ଗୁହାରୀ ଜଣାଇବା ସତ୍ତ୍ବେ କେହି କର୍ଣ୍ଣପାତ କରିନଥିବା ପରେ ଗତ ତା.୨୮/୦୪/୨୦୨୩ ରିଖ ଶୁକ୍ରବାର ଦିନ ଭୋର ସକାଳୁ ପଡ଼ା ବାସୀ ଏକତ୍ରିତ ହୋଇ ବିଶ୍ଵନାଥପୁର ଠାରୁ ବିଜେପୁରକୁ ସଂଯୋଗ କରୁଥିବା ମୂଖ୍ୟରାସ୍ତାରେ ହାଣ୍ଡି, ବାଲ୍ଟି ଧରି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଘଟଣା ସ୍ଥଳକୁ ପହଞ୍ଚି ଥିଲେ ଆର୍.ଡବ୍ଲୁ.ଏସ୍.ଏସ୍ ବିଭାଗର ସହକାରୀ ଯନ୍ତ୍ରୀ ଦଶମନ୍ତ ମାଝୀ ଓ ସମସ୍ତଙ୍କ ସମ୍ମୁଖରେ ଏକ ଲିଖିତ ଭାବେ ପାଞ୍ଚ ଦିନ ମଧ୍ୟରେ ଅର୍ଥାତ୍ ତା.୦୨/୦୫/୨୦୨୩ ରିଖ ମଙ୍ଗଳ ବାର ଦିନ ନିଶ୍ଚିତ ଭାବେ ଏକ ନଳକୂପ ଖନନ କରିଦିଆ ଯିବ ବୋଲି ପ୍ରତିଶୃତି ଦେଇଥିଲେ l ଯନ୍ତ୍ରୀ ଙ୍କ ପ୍ରତିଶୃତି ପରେ ରାସ୍ତା ରୋକରୁ ଓହରି ଥିଲେ ଆନ୍ଦୋଳନକାରି l ଡ଼ଙ୍ଗାଯୋର ଗାଁ ଛକ୍ ପଡ଼ା ବାସୀର ବହୁ ଆଶା ଥିଲା ଯେ ଯାହା ହେଉ ଏଥର ଆମର ଜଳ ସଙ୍କଟ ଦୂର ହେବ l କିନ୍ତୁ ପରିତାପର ବିଷୟ ପ୍ରତିଶୃତି ର ଆଜକୁ ପ୍ରାୟ ୧୪ ଦିନ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗାଁରେ ନଳକୂପ ଟିଏ ଖନନ ହୋଇପାରିଲା ନାହିଁ l ଏନେଇ ପଡ଼ା ବାସିନ୍ଦାଙ୍କର ମନରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଆଗାମୀ ଦିନରେ ଯଦି ପାନୀୟ ଜଳ ସମସ୍ୟାର ସମାଧାନ କରା ନ ଯାଏ ତାହାହେଲେ ପୁଣି ରାସ୍ତା ରୋକ କରାଯିବ ଏବଂ ଜିଲ୍ଲାପାଳଙ୍କ ନିକଟକୁ ଯିବୁ ବୋଲି ମତ ପ୍ରକାଶ କରିଛନ୍ତି ଗାଁ ଲୋକେ।
କଳାହାଣ୍ଡିରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ