ଦେଶପାଇଁ ଗୌରବଆଣିଥିବା ଶ୍ୱେତାରାଣୀଙ୍କୁ ଅଭିନନ୍ଦନ ଜଣାଇଥିଲେ ନଗରପାଳ ଓ ବିଧାୟିକା

ଦେଶପାଇଁ ଗୌରବଆଣିଥିବା ଶ୍ୱେତାରାଣୀଙ୍କୁ ଅଭିନନ୍ଦନ ଜଣାଇଥିଲେ ନଗରପାଳ ଓ ବିଧାୟିକା।

କେନ୍ଦୁଝର ମାଟିର ଓଡିଆ ଝିଅ ଶ୍ୱେତାରାଣୀ ମହାନ୍ତ। ଯାହାଙ୍କ ପାଇଁ ଆଜି ଆମ ଦେଶ ଭାରତ ସମେତ ଓଡିଶା ରାଜ୍ୟ ଗର୍ବିତ, ଯିଏକି ଊସୁ ପ୍ରତିଯୋଗୀତାରେ ଭରତ ଦେଶକୁ ପ୍ରତିନିଧିତ୍ୱ କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି, ତାଙ୍କ ପାଇଁ ଆଜି ସାରା ଦେଶ ଗର୍ବିତ, ତାଙ୍କର ଏହି କୃତିତ୍ୱ ପାଇଁ ତାଙ୍କୁ ଆଜି ବଡ଼ବିଲ ଉସୂ ଷ୍ଟାଡିୟମ୍ ଠାରେ ବହୁ ପ୍ରତିଭା ତଥା ହିତକଙ୍କାଙ୍କ୍ଷୀ ଙ୍କ ଗହଣରେ ଶୁଭେଛା ଜଣାଇଲେ, ଚମ୍ପୁଆ ନିର୍ବାଚନୀ ମଣ୍ଡଳୀର ବିଧ୍ୟାୟିକା ମିନାକ୍ଷୀ ମହାନ୍ତ, ତତ୍ ସଙ୍ଗେ ଶୁଭେଚ୍ଛା ଜଣାଇଛନ୍ତି ବଡ଼ବିଲ ଅତିପ୍ରିୟ ତଥା ବଡ଼ବିଲ ପୌରପାଳିକାର ନଗରପାଳ ଲକ୍ଷ୍ମଣ ମହାନ୍ତ ଓରଫ (ଲାଲ୍ଟୁ ଭାଇ) ତାଙ୍କ ସଙ୍ଗରେ ଶୁଭେଚ୍ଛା ଜଣାଇଲେ କରକୋଲହା ର ଲକ୍ଷ୍ମଣ ମହାନ୍ତ, ସୁଦୂର ଋଷିଆ ଦେଶର ମସ୍କୋ ସହରରେ ମେ ୩ରୁ ୮ତାରିଖ ପର୍ଯ୍ୟନ୍ତ ଖେଳାଯାଇଥିବା ଅନ୍ତରରାଷ୍ଟ୍ରୀୟ ଉସୁ ପ୍ରତିଯୋଗୀତାରେ ୪୮କେଜି ବିଭାଗରେ ଭାରତରୁ ପ୍ରତିନିଧିତ୍ୱ କରି ଶ୍ୱେତାରାଣୀ ମହାନ୍ତ ଭାରତ ଦେଶ ତଥା ଓଡ଼ିଶା ରାଜ୍ୟ ପାଇଁ ଗୋଲ୍ଡ ମେଡାଲ ହାସଲ କରିବା ସହ ସମଗ୍ର ଓଡିଆ ଜାତିର ଟେକ ରଖିଛନ୍ତି। ଯାହାପାଇଁ ଶ୍ୱେତା ସାରା ଦେଶରୁ ଖୁବ୍ ପ୍ରଶଂସା ସାଉଁଟିଛନ୍ତି ଏବଂ ଶ୍ୱେତାଙ୍କ ଏହି ଗୌରବ ପାଇଁ ଆମ ଦେଶର ପ୍ରଧାନମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି କ୍ରୀଡାମନ୍ତ୍ରୀ ପ୍ରଜ୍ୟନ୍ତ ସମସ୍ତେ ଭୂଷୀୟ ପ୍ରଶଂସା କରିବା ସହ ଟ୍ୱିଟ ଯୋଗେ ଅଭିନନ୍ଦନ ଜଣାଇଛନ୍ତି। ଆଜି ଶ୍ୱେତାଙ୍କ ପାଇଁ ସାରା ଦେଶ ଗୌରବ ପାଇଥିଲା ବେଳେ ସମଗ୍ର କେନ୍ଦୁଝର ଜିଲ୍ଳା ସହ ଖଣି ଅଞ୍ଚଳ ବଡ଼ବିଲ ପୌରପାଳିକାକୁ ଗୌରବାନିତ କରିଛନ୍ତି। କିନ୍ତୁ ଏହା ଦେଖିବାକୁ ବାକି ରହିଲା ଏହି ଅଞ୍ଚଳରେ ଅନେକ ପ୍ରତିଭାବାନ ଖେଳାଳୀ ରହିଥିବା ବେଳେ ଆଞ୍ଚଳିକ ପ୍ରଶାସନ ପକ୍ଷରୁ କେଉଁ ଭଳି ପଦକ୍ଷେପ ଗ୍ରହଣ କରାଯାଇ ଏହି ଜିଲ୍ଲାର ତଥା ଅଞ୍ଚଳର ପ୍ରତିଭା କୁ ସହାୟତା ପ୍ରଦାନ କରି ଆଗକୁ ବଢ଼ିବାରେ ସହଯୋଗ କରୁଛନ୍ତି, ଅଥବା ବଣ ମଲ୍ଲି ଭଳି ବଣରେ ଝଡିଯିବାକୁ ପୂର୍ଣ୍ଣ ସହଯୋଗ କରୁଛନ୍ତି। କିନ୍ତୁ କୁନି ବାଳିକା ଶ୍ୱେତାରାଣୀ ଯାହା କରି ଦେଖାଇଛନ୍ତି ସେଥିରୁ ଆଞ୍ଚଳିକ ପ୍ରଶାସନ ବହୁତ୍ କିଛି ଶିଖିବାର ଅଛି, ଆଞ୍ଚଳିକ ପ୍ରଶାସନ ନିଜ ଦାୟିତ୍ଵ କୁ ସକ୍ଷମତା ସହ ନିର୍ବାହ କରିପାରିଲେ, ଏହି ଅଞ୍ଚଳର ଅନେକ ଲୁକାୟିତ ପ୍ରତିଭା ଲୋକଲୋଚନକୁ ଆସିପାରିବା ସହ ବଡ଼ବିଲ ପୌରାଞ୍ଚଳର ନାମ ସାରା ଦେଶରେ ଗୁଞ୍ଜରିତ ହେଵ ବୋଲି ଅନୁମାନ କରାଯାଏ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ

Recent Post

Live Cricket Update

You May Like This