ଶିକ୍ଷିତ ସ୍ଵାମୀ ର ମାନସିକ ବିକାରଗ୍ରସ୍ତ କୁ ନେଇ ତିନି ମା ଛୁଆ ଚିନ୍ତାରେ ।
କେନ୍ଦୁଝର,ଚମ୍ପୁଆ ବ୍ଲକ ଅନ୍ତର୍ଗତ ବଡନଇଁ ଗ୍ରାମ ପଞ୍ଚାୟତ ରାନୀପୁର ଗ୍ରାମର ହୃଦା ନାଏକ ଆଜି କୁ ୧୦ ବର୍ଷ ହେବ ମାନସିକ ବିକାରଗ୍ରସ୍ତ ହୋଇ ଘରଛାଡି ନିକଟସ୍ଥ ଗାଁ ମାନଙ୍କରେ ବୁଲୁଛି। ହୃଦା ର ହଠାତ ଚିତ୍କାର କରିବାକୁ ନେଇ ରାତି ସମୟରେ ଲୋକେ ଭୟଭୀତ ହେଉଛନ୍ତି। ହୃଦା ଜଣେ ଶିକ୍ଷିତ ଯୁବକ ପ୍ଲସ୍ ଥ୍ରୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ପରିବାର ର ମୁରବି ହୃଦା ର ଏଭଳି ଅବସ୍ଥା ନେଇ ତାଙ୍କ ସ୍ତ୍ରୀ ନମିତା ନାଏକ ତିନି ଛୁଆ ପରିବାର ସମ୍ଭାଳିବା ମୁସ୍କିଲ ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ସ୍ଵାମୀ ଙ୍କ ଚିକିତ୍ସା ନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲ୍ଲା ପ୍ରଶାସନ କୁ ଅନୁରୋଧ କି ହୃଦା ର ଚିକିତ୍ସା ବ୍ୟବସ୍ଥା କରାଇଲେ ତାଙ୍କ ପରିବାର ଅବସ୍ଥା ର ସୁଧାର ହୋଇ ପାରନ୍ତା। ହୃଦା ଏକ ସୁସ୍ଥ ଜୀବନ ବଞ୍ଚିପାରନ୍ତେ । ଜାଗ୍ରତ୍ ଭାରତ ନ୍ୟୁଜ କେନ୍ଦୁଝର ରୁ ରତି ରଞ୍ଜନ ବାରିକ ଏବଂ ଚମ୍ପୁଆ ପ୍ରଣଜ୍ କୁମାର ବଡପଣ୍ଡା ଙ୍କ ରିପୋର୍ଟ୍