କୃଷି ମନ୍ତ୍ରଣାଳୟ ଭାରତ ଓ ଓଡ଼ିଶା ସରକାରଙ୍କ ଦ୍ଵାରା ଅନୁମୋଦିତ BPS AGRI MACHINERIES ର ଅତ୍ୟାଧୁନିକ ସୋରୁମର ଶୁଭ ଉଦ୍ଘାଟନ

କୃଷି ମନ୍ତ୍ରଣାଳୟ ଭାରତ ଓ ଓଡ଼ିଶା ସରକାରଙ୍କ ଦ୍ଵାରା ଅନୁମୋଦିତ BPS AGRI MACHINERIES ର ଅତ୍ୟାଧୁନିକ ସୋରୁମର ଶୁଭ ଉଦ୍ଘାଟନ

ବିଷୟ ___ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକର ସିଂହପୁର ଓ ବାଛୋଳ ମଧ୍ୟରେ ଖରସ୍ରୋତା ମହାବିଦ୍ୟାଳୟ ନିକଟରେ କୃଷି ମନ୍ତ୍ରଣାଳୟ ଭାରତ ଓ ଓଡ଼ିଶା ସରକାରଙ୍କ ଦ୍ଵାରା ଅନୁମୋଦିତ BPS AGRI MACHINE RIES ର ଏକ ଅତ୍ୟାଧୁନିକ ସୋରୁମର ଶୁଭ ଉଦ୍ଘାଟନ ବିଂଝାରପୁର ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସଙ୍କ କରକମଳରେ ହୋଇଯାଇଛି।ଏହି ସୋରୁମରେ
ଧାନ ପେଡା ଯନ୍ତ୍ର,ତେଲ ପେଡା ଯନ୍ତ୍ର, ଅଟା ଓ ଘାସ କାଟିବା ଯନ୍ତ୍ର, ପାୱାର ୱଡର, ବ୍ୟାଟେରୀ ଏବଂ ମାନୁଆଲ ଚାଳିତ ସ୍ପ୍ରେ ଯନ୍ତ୍ର, ପାଣି ପମ୍ପ ଏହି ସୋରୁମରେ ସୁଲଭମୂଲ୍ୟରେ ମିଳିଥାଏ।
ଏହି ସୋରୁମ ହେବାଦ୍ବାରା ବିଂଝାରପୁର ବ୍ଳକ ଏରିଆରେ ଚାଷୀମାନେ ସୁଲଭମୂଲ୍ୟରେ ପାଇପାରିବେ। ଚାଷୀମାନେ ବହୁ ଖଚାନ୍ତ ହୋଇ ବାହାରକୁ ଯାଉଥିଲେ ଏହି ଜିନିଷ ଆଣିବାକୁ । ଯାହାଦ୍ବାରା ସେମାନଙ୍କର ମେରୁଦଣ୍ଡ ଦୋହଲି ଯାଉଥିଲା ।ସୋରୁମ ହେବାଦ୍ବାରା ବିଂଝାରପୁର ର ଚାଷୀମାନଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ କଳ୍ପନା ବେହେରା,ସୋରୁମର Founder & co- founder ପ୍ରକାଶ କୁମାର ରାଉତ, ବିକାଶ କୁମାର ରାଉତ, ବ୍ଳକ କୃଷି ବିଭାଗର ସଞିବ ବାବୁ,ଅନିଲ ବାବୁ, ସେନାପତି ବାବୁ ଓ ବିଟିଏମ ସାର ପ୍ରମୁଖ ଯୋଗଦେଇ ଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମକୁ ବିପିଏଶର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ।

ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update

You May Like This