ଶ୍ରୀ ଶ୍ରୀ ଜଗନ୍ନାଥ ଭାଗବତ ପ୍ରଚାର ସମିତିର ଷଷ୍ଠ ଦିନରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଶ୍ରୀ ଶ୍ରୀ ଜଗନ୍ନାଥ ଭାଗବତ ପ୍ରଚାର ସମିତିର ଷଷ୍ଠ ଦିନରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଯୋଗ ଦେଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ବିଷୟ _____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଜରି ପଞ୍ଚାୟତର ନାଉବାଙ୍କ ସ୍ଥିତ ପାତ୍ର ସାହିର ଶ୍ରୀ ଶ୍ରୀ ଜଗନ୍ନାଥ ଭାଗବତ ପ୍ରଚାର ସମିତିର ବାର୍ଷିକ ଭାଗବତ ସପ୍ତାହ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବ ସାତଦିନବ୍ୟାପି ପାଳିତ ହୋଇଥାଏ। ଏହି
ସାତଦିନରେ ସମସ୍ତଙ୍କ ପରିବାରକୁ ବନ୍ଧୁ ବାନ୍ଧବ ଆସିଥାନ୍ତି ଓ ସମସ୍ତେ ଏକତ୍ରିତ ହୁଅନ୍ତି। ଶ୍ରଦ୍ଧାଳୁମାନେ ହରିନାମରେ ମଜ୍ଜି ଯାଆନ୍ତି। ଏଥିରେ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୁଷ୍ଟି ହୋଇଥାଏ।ଏହି ଭାଗବତ ସପ୍ତାହ ପାଳନ ଅବସରରେ ଭକ୍ତିଭାବପୂର୍ଣ୍ଣ ଭାବରେ ଓଡ଼ିଶାର ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ ସମାଜସେବୀ କୈଳାସ ଚନ୍ଦ୍ର ସେଠୀ ଜରି ସରପଞ୍ଚ ନନ୍ଦକିଶୋର ମଲ୍ଲିକ, ସିଂହପୁର ସରପଞ୍ଚ ଶଶାଙ୍କ ଶେଖର ଖିଲାର ଓ ପୃର୍ବତନ ବ୍ଳକ ଅଧ୍ୟକ୍ଷ ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ, ପ୍ରମୁଖ ଯୋଗଦେଇ ଥିଲେ।ଏହି ଅବସରରେ ଓଡ଼ିଶାର ଜଣାଶୁଣା ମାଳିକା ତତ୍ବ ବିଶାରଦ ପ୍ରମୋଦ କୁମାର ପୃଷ୍ଟି ଯୋଗଦେଇ ପ୍ରବଚନ ପ୍ରଦାନ କରିଥିଲେ।

ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update

You May Like This