ଜାଗୃତି ଦ୍ୱାରା ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ଭବାନୀପାଟଣା ମମତା ହେଲଥ ଇନଷ୍ଟିଚ୍ୟୁଟ ଫର ମଦର ଆଣ୍ଡ ଚାଇଲଡ ଅର୍ଗାନାଇଜେସନ ଅଧୀନରେ ଜାଗୃତି ପ୍ରକଳ୍ପ ମାଧ୍ୟମରେ ଭବାନୀପାଟଣା ଏବଂ ଲାଞ୍ଜଗଡ଼ ବ୍ଲକ ର ପ୍ରାୟ ଚାଳିଶ ରୁ ଉର୍ଦ୍ଧ ଗ୍ରାମ ରେ ପରିବେଶ ସୁରକ୍ଷା ସଚତନତା କାର୍ୟୁକ୍ରମ ଅନୁଷ୍ଠିତ ହୋଯାଇଅଛି।ଉକ୍ତ କାର୍ଯ୍ୟକ୍ରମ ଟି ଗ୍ରାମବାସୀଙ୍କୁ ପରିବେଶ ସୁରକ୍ଷା ଉପରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ସହ ପଥପ୍ରାନ୍ତ ନାଟକ, ନୁକଡ଼ ମାଧ୍ୟମ ରେ ପରିବେଶକୁ କିପରି ପ୍ରଦୂଷଣ ମୁକ୍ତ ରଖାଯାଇପାରିବ, ପରିବେଶ ବଞ୍ଚିଲେ ଆମେ ବଂଚିବା ଆଦି ନାରା ଦେଇ ଜନସାଧାରଣ ଙ୍କୁ ଏହି ମହତ କାର୍ଯ୍ୟକ୍ରମ ରେ ସାମିଲ କରିବା ସହ ଗୃହ ଭିତରେ କିଭଳି ପ୍ରଦୂଷଣ ର ମାତ୍ର କମ କରିବା, ଶୁଖିଲା ଓ ଓଦା ଅବଅର୍ଜନା କୁ ଅଲଗା ଅଲଗା କରି ରଖିବା ଏବଂ ପ୍ଲାଷ୍ଟିକ ପଦାର୍ଥ ର ବ୍ୟବହାରକୁ ବର୍ଜନ କରିବା ଭଳି ସଚେତନଧର୍ମୀ ବାର୍ତା ଦିଆଯାଇଥିଲା lପରେ ତତ ସହିତ କେତେଗୋଟି ଗ୍ରାମରେ ଅଳିଆ ଆବର୍ଜନକୁ ଅଲଗା ବ୍ୟବହାର ନିମନ୍ତେ ଡଷ୍ଟବିନ ବଣ୍ଟା ଯାଇଥିଲା lଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସଂଯୋଜକ ବର୍ଷା ରାଣୀ ଦାସ ଏବଂ ମମତା ର ସମସ୍ତ କର୍ମକର୍ତା ପରିଚାଳନା କରିଥିଲେ l
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରୁ ନାରାୟଣ ପ୍ରସାଦ ନାୟକ ଙ୍କ ରିପୋର୍ଟ