ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଜାଫରପୁର ଗ୍ରାମର ମା କୁ ଜାଳି ବଡ଼ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି, ଏହି ଅଭିଯୋଗ କରିଛନ୍ତି ମହିଳା ଜଣଙ୍କ ଭାଇ, ମୃତକ ଜଣକ ହେଉଛନ୍ତି ଜାଫରପୁର ପଂଚାୟତ ଜଗବନ୍ଧୁ ମାଲିକଙ୍କ ସ୍ତ୍ରୀ ସଞ୍ଜୁଲତା ମାଲିକ (48), ତାଙ୍କର ବଡ଼ ପୁଅ ବିପିନ ଦେଢ଼ ବର୍ଷ ହେଲା ଅନ୍ୟ ଜାତିରେ ବିବାହ ହୋଇଥିବାରୁ ବିବାଦ ବାରମ୍ବାର ହେଉଥିଲା, ସଞ୍ଜୁଲତାଙ୍କୁ ବଡ଼ ପୁଅ ହତ୍ୟା କରି ଜାଳିଦେଇଥିବା ଅଭିଯୋଗ ହୋଇଛି, ବଡ଼ପୁଅ ବିପିନ ବାରମ୍ବାର ମା କୁ ଟଙ୍କା ମାଗୁଥିବା ବେଳେ ମାନସିକ ଏବଂ ଶାରୀରିକ ଯନ୍ତ୍ରଣା ଦେଇଆସୁଥିଲା, କିଛିଦିନ ତଳେ ଦେଢ଼ଲକ୍ଷ୍ୟ ଟଙ୍କା ମାଗିଥିଲା ମା ନଦେଇ ପାରିବାରୁ ମା କୁ ମାରି ଜାଳି ଦେଇଥିବା ଅଭିଯୋଗ କରିଛନ୍ତି ଅନୁ ମଲ୍ଲିକ।
