ଢେଙ୍କାନାଳ ସିଭିଲ୍ କୋର୍ଟ ପରିସରରେ ୨ୟ ରାଷ୍ଟ୍ରୀୟଲୋକ ଅଦାଲତ

ଢେଙ୍କାନାଳ ସିଭିଲ୍ କୋର୍ଟ ପରିସରରେ ୨ୟ ରାଷ୍ଟ୍ରୀୟଲୋକ ଅଦାଲତ

ଅଦ୍ୟ ତା-୧୩.୦୫.୨୦୨୩ ରିଖ ଦିନ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଦାଲତରେ ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ଜିଲ୍ଲା ଓ ଦୌରାଜଜ୍‌ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜଗଦିଶ୍ ପ୍ରସାଦ ମାହାନ୍ତି ଙ୍କ ତତ୍ତ୍ବାବଧାନରେ ଢେଙ୍କାନାଳ ସିଭିଲ୍‌କୋର୍ଟ ପରିସର ମଧ୍ୟରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ଏହି ଲୋକ ଅଦାଲତରେ ଜିଲ୍ଲାର ସମସ୍ତ ଅଦାଲତର ମୋଟ ୨୦୦୪ ଟି ମାମଲା ଫଏସଲା କରାଯାଇଅଛି । ସେଥିମଧ୍ୟରୁ ମୋଟର ଦୁର୍ଘଟଣାଜନିତ ୩୦ଟି, ବିବାହ ଏବଂ ପାରିବାରିକ ମାମଲା ୧୫ଟି, ଦେୱାନୀ ମାମଲା ୬୬ଟି, ବିଭିନ୍ନ ପ୍ରକାରର ଫୌଜଦାରୀ ମାମଲା ୧୯୪ ଟି, ରାଜସ ମାମଲା ୧୬୯୯ଟି ଏବଂ ବ୍ୟାଙ୍କ ମାମଲା ଗୁଡିକ ଆପୋଷ ଭାବରେ ସମାଧାନ କରାଯାଇଛି । ମୋଟର ଦୁର୍ଘଟଣାଜନିତ ପ୍ରାପ୍ୟବାବଦକୁ ଟ.୨,୩୩,୬୦, ୦୦୦|– ପ୍ରଦାନ କରାଯାଇଅଛି ଏବଂ ଅନ୍ୟାନ୍ୟ ମାମଲା ଗୁଡିକରେ କୋରିମାନା ଓ ବ୍ୟାଙ୍କ ଗଣ ଫସଲା ବାବଦକୁ ଟ. ୭୧,୬୨,୭୦୯- ଜିଲ୍ଲାର ସମସ୍ତ ଅଦାଲତ ମାନଙ୍କରେ ଆଦାୟ କରାଯାଇଅଛି ।

ଢେଙ୍କାନାଳ ସିଭିଲ୍‌କୋର୍ଟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟଲୋକ ଅଦାଲତରେ ପାରିବାରିକ ଅଦାଲତର ବିପଚାରପତି ଶ୍ରୀ ସୂର୍ଯ୍ୟନାରାୟଣ ଦ୍ବିବେଦି, ଅତିରିକ୍ତ ଜିଲ୍ଲାକକ୍ ଡ. ଜୀବନଜ୍ୟୋତି ରଥ,ବରିଷ୍ଟ ଦେୱାନୀ ବିଚାରପତି(ମହିଳା ଅଦାଲତ) ଶ୍ରୀମତୀ ସାବିତ୍ରୀ ନାୟକ, ବରିଷ୍ଟ ଦେଓାନୀବିଚାରପତି ଶ୍ରୀମତି ସଡରୂପା ଶତପଥୀ, ବରିଷ୍ଟ ଦେୱାନୀ ଅଦାଲତ (ଏଲ.ଆର.ଓଏଲ୍. ଟି.ଭି) ବିଚାରପତି ମୋନାଲିସ ପଟ୍ଟନାୟକ, ଉପଖଣ୍ଡ ବିଚାରବିଭାଗିୟ ମାଜିଷ୍ଟ୍ରେଟ ଶ୍ରୀ ସୁଦ୍ଧିରଂଜନ ଦାଶ, ପ୍ରଥମ ଶ୍ରେଣୀ ବିଚାରବିଭାଗିୟ ମାଜିଷ୍ଟ୍ରେଟ ସୁଧାଶ୍ରୀ ସୁରଝଳିଆ, ଗାର୍ଗୀ ରାୟ ବିଭିନ୍ନ ଅଦାଲତ ଗୁଡିକ ପରିଚାଳନାକରିଥିଲେ ।
ଉକ୍ତ ଲୋକ ଅଦାଲତ ରେ ୨ୟ ଶ୍ରେଣୀ ବିଚାରବିଭାଗିୟ ମାଜିଷ୍ଟ୍ରେଟ ସୁପ୍ରାସି ସୋନାଲି ମହାପାତ୍ର ଉପସ୍ଥିତ ଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ତଥା ସ୍ଥାୟୀ ଏବଂ ନିରନ୍ତରଲୋକ ଅଦାଲତର ବିଚାରପତି ଶ୍ରୀମତି ମମିତା ସାହୁ, ସରକାରୀ ଆଇନଜୀବି ଶ୍ରୀ ପତିତପାବନ ମହାପାତ୍ର, କନସିଲିଏଟର, ସ୍ଥାୟୀ ଏବଂ ନିରନ୍ତରଲୋକ ଅଦାଲତ ସୁଭାସିନି ମହାକୁଡ, ସ୍ଥାୟୀ ଏବଂ ନିରନ୍ତରଲୋକ ଅଦାଲତକୁ ପରିଚାଳନା କରିଥିଲେ । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ପ୍ୟାନେଲଲୟର, ପି.ଏଲ. ଭି., ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ସିଭିଲ୍‌କୋର୍ଟ ଗ ସମସ୍ତକର୍ମଚାରୀ ଉପରୋକ୍ତ ଲୋକ ଅଦାଲତକୁ ସୁଚାରରପେ ପରିଚାଳନାକରିବାରେ ସହାୟତା କରିଥିଲେ ।

Recent Post

Live Cricket Update