(ବିଶ୍ୱ ମାତୃତ୍ବ ଦିବସରେ ମନୋରମା ଶତପଥୀ ଙ୍କୁ ଶ୍ରେଷ୍ଠ ମାଆ ସମ୍ମାନ)
ଜଗତସିଂହପୁର
ତା =14/5/23
-ମାଆ ଦୁଇଟି ଅକ୍ଷର | ମା କହିଲେ ମାଟି | ଆ କହିଲେ ଆକାଶ । ଜନନୀ ହିସାବରେ ମା ପିଲାର ପ୍ରଥମ ଗୁରୁ।ତେଣୁ ମାଆ ସର୍ବଦା ପୂଜନୀୟା ସେଥିପାଇଁ ମେ ଚଉଦ ତାରିଖ କୁ ବିଶ୍ୱ ମାତୃତ୍ବ ଦିବସ ଭାବେ ପାଳନ କରାଯାଉଛି।ଏହି ଅବସରରେ ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ସେବୀକା ମନୋରମା ସତପଥୀ ଙ୍କୁ ଶ୍ରେଷ୍ଠ ମାଆ ସମ୍ମାନରେ ସମ୍ମାନିତ କରାଯାଇଛି। ଶ୍ରୀମତୀ ମନୋରମା ଶତପଥୀ ଏକାଧାରରେ ଜଣେ ସୁଗୃହିଣୀ, ଉତ୍ତମ ସହ ଧର୍ମିଣୀ ଓ ଆଦର୍ଶ ମାଆ ହିସାବରେ ଜଗତସିଂହପୁର ରେ ସୁପରିଚିତ।ଏପରିକି ସେ ଯୌଥ ପରିବାରରେ ଥାଇ ମଧ୍ୟ ତାଙ୍କ ପିଲାଙ୍କୁ ପ୍ରତିଷ୍ଠିତ କରିବା ସହ ଭଲ ମଣିଷ କରିପାରିଛନ୍ତି।ଜଣେ ମାଆ ହିସାବରେ ତାଙ୍କର ସଫଳତା କୁ ସମ୍ମାନ ଜଣାଇ ଜଗତସିଂହପୁର ସାରସ୍ୱତ ପରିଷଦ ସଭାପତି ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ତାଙ୍କ ବାସଭବନରେ ପହଁଚି ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ଶ୍ରେଷ୍ଠ ମାଆ ସମ୍ମାନ ରେ ସମ୍ମାନିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶରତ କୁମାର ଦାଶ, କସ୍ମିତା ଶତପଥୀ, କାଦମ୍ବିନୀ ଶତପଥୀ, ଉପେନ୍ଦ୍ର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ