ବ୍ରହ୍ମପୁର ପୋଲିସକୁ ମିଳିଛି ଏକ ବଡ଼ ସଫଳତା
ବ୍ରହ୍ମପୁର..ବ୍ରହ୍ମପୁର ପୁଲିସକୁ ମିଳିଛି ପୁଣି ଏକ ସଫଳତା। ଏହି ସଫଳତା କୁ ନେଇ ବ୍ରହ୍ମପୁର ଏସପି ଙ୍କ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ବିଳନୀ ହୋଇଯାଇଛି.ଗତ କିଛିଦିନ ଦିନ ପୂର୍ବେ ବ୍ରହ୍ମପୁର ସହର ଓ ଉପକଣ୍ଠରେ ବୁଲେଟ ଓ ଆର ୱାନ ବାଇକ୍ ରେ ଆସି ଲୁଟେରା ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୋକଙ୍କ ଠାରୁ ସୁନା ଗହଣା, ଟଙ୍କା ଓ ମୋବାଇଲ ଲୁଟ କରିଥିଲେ। ଏ ନେଇ ଗୋସାଣୀନୂଆ ଗାଁ, ସଦର, ଗୋପାଳପୁର ଥାନା ସମେତ ଅନ୍ୟାନ୍ୟ ଥାନାରେ ଅଭିଯୋଗ ହୋଇଥିଲା । ଏହି ନୂଆ ଲୁଟେରା ଗ୍ୟାଙ୍ଗକୁ ପୁଲିସ କାବୁ କରି ସେମାନଙ୍କ ନିକଟରୁ ବନ୍ଧୁକ ଓ ମାରଣାସ୍ତ୍ର ଜବତ କରିଛି ।ଏହି ଘଟଣା ରେ
ପୋଲିସ ଜଣେ ନାବାଳକ ସହ ୫ ଜଣଙ୍କୁ ଗିରଫ କରିବା ସହ ଜଣେ କ୍ରେତା ଙ୍କୁ ଗିରଫ କରିଛି .ସେମାନେହେଲେ ସୁଶାନ୍ତ ସାହୁ (୨୪) ବ୍ରଜରାଜ ନଗର, ସୁଖଦେବ ସାହୁ ( ୨୩)ଝାଡ଼ାଙ୍କୁ (ନିମଖଣ୍ଡି ),ସାଗର ସାହୁ (୧୯) ଗଜପତି ନଗର ପଞ୍ଚମ ଲେନ, ସୁମନ
ଚୌଧୁରୀ(୧୯)ଶ୍ରୀରାମ ନଗର, ପିଙ୍କୁ ସାହୁ (୨୫)ସିନ୍ଦୁର ପୁର (ଛତ୍ରପୁର ), ଜଣେ ନା ବାଳକ ଥିବା ବେଳେ କ୍ରେତା ହେଉଛନ୍ତି କିସାନ ସାହୁ.ସେମାନଙ୍କ ଠାରୁ ପୋଲିସ
୫ ମଟର ସାଇକେଲ୧୭ଟି ମୋବାଇଲି,୧ଟି ଏମ9 ପରେଟ ବନ୍ଧୁକ,୧ଖେଳନା ବନ୍ଧୁକ,୩୮
ଗ୍ରାମ ସୁନା,୫୫ଗ୍ରାମ ରୁପା, ଟଙ୍କା ୩୩୩୨ପୋଲିସ ଜବତ କରିଛି।