ଚୋରା କୋଇଲା ଚାଲାଣ ଅଭିଯୋଗରେ ସାତ ଜଣଙ୍କୁ କୋର୍ଟଚାଲଣ
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ପକ୍ଷରୁ ଆଜି ୭ ଜଣଙ୍କୁ ଚୋରା କୋଇଲା ଚାଲାଣ ଅଭିଯୋଗରେ କୋର୍ଟ ଚାଲାଣ କରିଛନ୍ତି। ଥାନା ପକ୍ଷରୁ ସୂଚନା ମୁତାବକ ଥାନା ସମ୍ମୁଖରେ ଥିବା ଛକରେ ସକାଳ ପ୍ରାୟ ୯.୩୦ ମିନିଟ ସମୟରେ ଯାନବାହନ ଯାଞ୍ଚ ପ୍ରକ୍ରିୟା ଚାଲିଥିବା ବେଳେ ୭ ଜଣ ସାଇକେଲ ଆରୋହୀ ତିନି ବସ୍ତା କରି କୋଇଲା ନେବାରେ ଦେଖିଥିଲେ। ସେମାନଙ୍କୁ ଅଟକାଇ ଯାଞ୍ଚ କରିବା ସହିତ କୋଇଲା ର କାଗଜପତ୍ର ମାଗିବା ପରେ ସେମାନେ ଦେଖାଇ ପରିନଥିଲେ। ସମସ୍ତ କୋଇଲା ଓ ଅଭିଯୁକ୍ତ ଙ୍କୁ ନେଇ ତଦନ୍ତ କରିବାରୁ ଜଣାପଡ଼ିଥିଲା କି
ସେମାନେ ଲିଙ୍ଗରାଜ ଏବଂ ଜଗନ୍ନାଥ ଖଣିରୁ ବେଆଇନ ଭାବେ କୋଇଲା ଆଣି ବିକ୍ରି କରିଥାନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ହାଣ୍ଡିଧୂଆଁ ର ବାନା ବେହେରା, ବୁଢ଼ାପଙ୍କ ଗ୍ରାମ ର ବିଜୟ ନାଏକ, କନ୍ଦର୍ପ ସାମଲ, ଅପତ୍ତିପୁର ଗ୍ରାମର ପୂର୍ଣ୍ଣା ଚନ୍ଦ୍ର ଭୋଇ, ଗୋତମରା ଗ୍ରାମର ଜ୍ଞାନୀ ବରାହ, ମହେଶ୍ଵର ନାଏକ, ନିରାକାରପୁର ଅଞ୍ଚଳର ରାଜେନ୍ଦ୍ର ନାଏକ,। ଅଭିଯୁକ୍ତ ଙ୍କ ଠାରୁ ପାଖାପାଖି ୧୪ କ୍ୱିଣ୍ଟାଲ କୋଇଲା ଓ ୭ ଟି ସାଇକେଲ ଜବତ କରି କେଶ୍ ନମ୍ବର ୧୮୩ ଦଫା ୩୭୯/୪୧୧/୩୪ r / w sec 21 MMDR ଆକ୍ଟ ମାମଲା ରୁଜୁ କରି ଅଭିଯୁକ୍ତ ଙ୍କୁ କୋର୍ଟଚାଲାଣ କରିଛନ୍ତି।
ବ୍ୟୁରୋ ରିପୋର୍ଟ –