*(ଏରସମା ବ୍ଲକ ଜିଲ୍ଲା ପରିଷଦ ଶିକ୍ଷକ ସଂଘକୁ ମିଳିଲା ରାଜ୍ୟ ସଂଘର ସ୍ବୀକୃତୀ*)
ଜଗତସିଂହପୁର
ତା =15/5/23
ଏରସମା ବ୍ଲକର ସମସ୍ତ ଜିଲ୍ଲାପରିଷଦ ପ୍ରାଥମିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏରସମା କାଣିପଦା, ଜାମୁମଠ ଠାରେ ସଂଘର ପୁନଃ ଗଠନ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା |ଏହି ପୁନଃର ଗଠିତ ଜ଼ିଲ୍ଲା ପରିଷଦ ଶିକ୍ଷକ ସଂଘକୁ ରାଜ୍ୟ ଅଲ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ସ୍ବୀକୃତି ପ୍ରଦାନ କରିଛି । ଏହି ମର୍ମରେ ରାଜ୍ୟ ସଂଘ ସଭାପତି ସୁଶାନ୍ତ କୁମାର ବେହେରା ଏରସମା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏକ ଚିଠି ପ୍ରେରଣ କରିଛନ୍ତି ।ଏରସମା ବ୍ଲକ ନବନିର୍ବାଚିତ ଜ଼ିଲ୍ଲା ପରିଷଦ ଶିକ୍ଷକ ସଂଘ ର ସଭାପତି ଭାବେ ଅଶୋକ କୁମାର ଖଣ୍ଡୁଆଳ, ସଂପାଦକ ବୈଷ୍ଣବ ଚରଣ ବିଶ୍ବାଳ, ଉପସଭାପତି ସରୋଜ ବେହେରା ଓ ଲିନା ନନ୍ଦ, ସହ ସମ୍ପାଦକ ପ୍ରେମଶୀଳା ରାଉତ, କୋଷାଧ୍ୟକ୍ଷ ଜିତେନ୍ଦ୍ର ଖଟୁଆ, ଶିକ୍ଷକ ରଂଜନ ବେହେରା, ଶୁଭେନ୍ଦୁ ଖଟୁଆ, ସଂଜୟ ଦଲାଇ,ରବିନ୍ଦ୍ର ରାଉତ, ଦିଲ୍ଲୀପ ଦାସ, ସୈାଦାମିନି ମହାପାତ୍ର, ମନୋରମା ସାମଲ ପ୍ରମୁଖ ସର୍ବସଂମତି କର୍ମେ ନିର୍ବାଚିତ ହେବା ପରେ ଏରସମା ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ଶିକ୍ଷକ ମାନଙ୍କ ସମସ୍ୟା ସମ୍ପର୍କ ରେ ଆଲୋଚନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ