ଅମ୍ବାଭୋନା ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିେଯାଗ ଶୁଣାଣି

ଅମ୍ବାଭୋନା ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିେଯାଗ ଶୁଣାଣି
________________

ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ପରିସର ସଭାଗୃହ ରେ ” ଜିଲ୍ଲାପାଳ ଙ୍କ ଜନଶୁଣାଣୀ ” ଅନୁଷ୍ଠିତ ହୋଇଛି । ଏଥିରେ ବରଗଡ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଯୋଗଦାନ କରିଥିବା ବେଲେ ବରଗଡ SP ପ୍ରହଲ୍ଲାଦ ସାହାଇ ମିନା, ବରଗଡ SDPO, ବରଗଡ ଅବକାରୀ ଅଧିକ୍ଷକ ସୁବନ କୁମାର ନାୟକ, ଅମ୍ବାଭୋନା ବ୍ଲକ ବିଡିଓ ପ୍ରଣବ ଚାନ୍ଦ, ଅମ୍ବାଭୋନା ବ୍ଲକ ଅଧ୍ୟକ୍ଷ କିର୍ତ୍ତିଚନ୍ଦ୍ର ଦୁଆନ, ଅମ୍ବାଭୋନା ତହସିଲଦାର, ସ୍ବାସ୍ଥ୍ୟ ବିଭାଗ, କୃଷିବିଭାଗ ର ଅଧିକାରୀ ମଧ୍ଯ ଉପସ୍ଥିତ ରହିଥିଲେ । ଅମ୍ବାଭୋନା ବ୍ଲକ ର ବିଭିନ୍ନ ପ୍ରାନ୍ତରୁ ଜନସାଧାରଣ ଏହି ଜନଶୁଣାଣୀରେ ଅଂଶଗ୍ରହଣ କରିଥିଲେ। ସର୍ବମୋଟ 90 ଟି ଅଭିଯୋଗ ର ଶୁଣାଣୀ କରାଯାଇଥିଲା । ମୁଖ୍ଯ ପ୍ରସଙ୍ଗ ବ୍ଲକ ରୁ ୨୫ ମିଟର୍ ଦୂରରେ ଇଂରାଜୀ ମଦ ଦୋକାନ ଥିବାରୁ ଜାତାୟତ ପାଇଁ ଛାତ୍ରଛାତ୍ରୀ ମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଯେହେତୁ ମୁଖ୍ଯ ରାସ୍ତା ଲାଗି ମଦ ଦୋକାନ ଟି ରହିଅଛି ଓ ଅପର ପାର୍ଶ୍ୱ ରେ ଚାଖନା ଦୋକାନ ରହିଅଛି ତାକୁ ନେଇ ଅଭିେଯାଗ କରିଥିଲେ ଅମର୍ ଲାଲ୍ ସା ସ୍ଥାନୀୟ ବାସିନ୍ଦା। ଚୋରୀ,ଏବଂ ଅସାମାଜିକ ବ୍ଯକ୍ତି ଙ୍କ ପ୍ରାଦୁର୍ଭାବ ଯୋଗୁଁ ଗୋଟିଏ ଫାଣ୍ଡି ପାଇଁ ମଧ୍ଯ ଅଭିେଯାଗ ଥିଲା। ଅମ୍ବାଭୋନା ବ୍ଲକ ପରିସରରୁ ରିପୋର୍ଟର ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ଯୁଜ।

Recent Post

Live Cricket Update