ଓଡିଶା ମିଶନ ଶକ୍ତି କର୍ମଚାରୀ ସଙ୍ଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଓଡିଶା ମିଶନ ଶକ୍ତି କର୍ମଚାରୀ ସଙ୍ଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ଆଜି ଅଲ ଓଡିଶା ମିଶନ ଶକ୍ତି ବିଭାଗ ଅଧୀନରେ କାର୍ଯ୍ୟ ରତ ଥିବା ବିଏମସି, ବିଏଲସି, ଏସଡିଷି ଓ ଆକାଉଣ୍ଟାଣ୍ଟ ମାନଙ୍କୁ ନେଇ ଗଠନ ହୋଇଥିବା ଓଡିଶା ମିଶନ ଶକ୍ତି କର୍ମଚାରୀ ସଙ୍ଘର ଏକ ଜରୁରୀ କାଳୀନ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି. ସଙ୍ଘର ସ୍ଥାୟୀ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଭାତ କୁମାର ତ୍ରିପାଠୀଙ୍କ ଅଧକ୍ଷତାରେ ହୋଇଥିବା ବୈଠକରେ ସଙ୍ଘର ମୁଖ୍ୟ ଉପଦେଷ୍ଟା ସୁରେନ୍ଦ୍ର କୁମାର ସ୍ୱାଇଁ ଉପସ୍ଥିତ ଥିଲେ. ରାଜ୍ୟର ସବୁ ଜିଲ୍ଲାରୁ କାର୍ଯ୍ୟକର୍ତା ଓ କାର୍ଯ୍ୟକାରୀ କମିଟି ସଦସ୍ୟ ଓ ସଦସ୍ୟା ମାନେ ଯୋଗଦେଇଥିଲେ. ସରକାରଙ୍କ ସମସ୍ତ ଯୋଜନା ଗୁଡିକୁ ଗ୍ରାମାଞ୍ଚଳ ରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ ଭିତରେ ମିଶନ ଶକ୍ତିର କର୍ମଚାରୀ ମାନଙ୍କ ଭୁମିକା ବହୁତ ଗୁରୁତ୍ୱପୁର୍ଣ ଓ ଆପଣ ମାନଙ୍କ ଦାବି ଗୁଡିକ ସମ୍ପୂର୍ଣ ଯୁକ୍ତି ଯୁକ୍ତ ଆଉ ସରକାରଙ୍କୁ ଦାବି ଗୁଡିକ ସମ୍ପର୍କରେ ବିଚାର କରିବା ପାଇଁ ଅନୁରୋଧ କରାଯିବ ବୋଲି କହିଛନ୍ତି ହିନ୍ଦ ମଜଦୁର ସଭାର ସାଧାରଣ ସମ୍ପାଦକ ତଥା ମିଶନ ଶକ୍ତି କର୍ମ ଚାରି ସଙ୍ଘର ସଭାପତି ପ୍ରଭାତ କୁମାର ତ୍ରିପାଠୀ.ଜୀବିକା ମିଶନ ଆମ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଙ୍କ ନେତୃତ୍ୱରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି ବିଶେଷକରି ମହିଳା ମାନଙ୍କୁ କର୍ମ ସଂସ୍ଥାନ ଦେବା, ରାଜ୍ୟର ଅର୍ଥନୈତିକ ବିକାଶ ରେ ସେମାନଙ୍କୁ ଯୋଡିବାରେ ଲିଭଲି ହୁଡ ମିଶନ ଏହି କାର୍ଯ୍ୟ ଆରମ୍ଭ କରିଛି. ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ପ୍ରାୟ ଏକ ହଜାର କର୍ମ ଚାରି ଭିନ୍ନ ଭିନ୍ନ ପଦବିରେରାତି ଦିନ କାର୍ଯ୍ୟ କରୁଛନ୍ତି ସେମାନେ ଠିକା କର୍ମଚାରୀ ଭାବେ ନିୟୋଜିତ ଥିବାରୁ ସେମାନଙ୍କୁ ନିୟମିତ ନିଯୁକ୍ତି ସହ ଅନ୍ୟାନ୍ୟ ସମସ୍ତ ସରକାରୀ ସୁବିଧା ପାଇଁ ସେମାନଙ୍କ ଦାବି ଗୁଡିକ ସରକାରଙ୍କୁ ଜଣାଇବାକୁ ଏଚ. ଏମ. ଏସ. ଟ୍ରେଡ଼ ଇୟୁନିଅନ ମାଧ୍ୟମରେ ପ୍ରଚେଷ୍ଟା କରିବୁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି.ମିଶନ ଶକ୍ତି ନିର୍ଦେଶକ, ଓ ସଚିବଙ୍କୁ ଭେଟି ଆପଣ ମାନଙ୍କ ଦାବିଗୁଡିକ ପୂରଣ ପାଇଁ ଅନୁରୋଧ କରିବୁ ବୋଲି ପ୍ରତିଶୃତି ଦେଇଛନ୍ତି ସଙ୍ଘର ଉପଦେଷ୍ଟା ତଥା ବିଜୁ ଶ୍ରମିକ ସାମୁଖ୍ୟର ମୁଖ୍ୟ ଉପଦେଷ୍ଟା ସୁରେନ୍ଦ୍ର କୁମାର ସ୍ୱାଇଁ. ଆମର ଦରମା ବୃଦ୍ଧି, ଆମକୁ ଯାତାୟାତ ଖର୍ଚ୍ଚ ବୃଦ୍ଧି, ଆମକୁ ବୀମା ସୁବିଧା ଦେବା, ମୋବାଇଲ ବିଲ ମାସିକ ଏକ ହଜାର କରିବା, ସବୁ ମିଶନ ଶକ୍ତି କର୍ମଚାରୀଙ୍କୁ ପରିଚୟ ପତ୍ର ଦେବା, ବାର୍ଷିକ ଇନ୍କ୍ରିମେଣ୍ଟ 3%ରୁ 20%କୁ ବୃଦ୍ଧି ଭଳି ମୁଖ୍ୟ ଦାବି ଗୁଡିକ ଉପରେ ଆଗରୁ ସରକାରଙ୍କ ପାଖରେ ଆଲୋଚନା କରିଛୁ କିନ୍ତୁ କିଛି ଫଳ ମିଳିନାହିଁ ବୋଲି କ୍ଷୋଭ ପ୍ରକାଶ କରି କହିଛନ୍ତି ସଙ୍ଘର ସାଧାରଣ ସମ୍ପାଦକ ଧନଞ୍ଜୟ ପ୍ରାଣୀ ଗ୍ରାହୀ. (ଭୁବନେଶ୍ୱର ରୁ ପ୍ରଭାକର ବିଶ୍ୱାଳଙ୍କ ରିପୋର୍ଟ )

Recent Post

Live Cricket Update

You May Like This