ଧନ ଜୀବନ ସୁରକ୍ଷା ସହ ହାତୀ ମାନଙ୍କୁ ଘଉଡ଼ାଇବା ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ଧନ ଜୀବନ ସୁରକ୍ଷା ସହ ହାତୀ ମାନଙ୍କୁ ଘଉଡ଼ାଇବା ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ଅନୁଗୋଳ ଜିଲ୍ଲାରେ ଦିନକୁ ଦିନ ହାତୀ ଆକ୍ରମଣରେ ଧନ ଜୀବନ ନଷ୍ଟ ହେଉଛି । ଏପାଖେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡିବା ବେଳେ ଅନ୍ୟପଟେ ପନିପରିବା ନଷ୍ଟ ହେଉଛି । ଏ ନେଇ ବହୁ ପଞ୍ଚାୟତ ବାସି ଅସ୍ତବ୍ୟସ୍ତ ହୋଇ ପଡୁଥିବା ବେଳେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସୁଚନା ଯେ, ଅନୁଗୋଳ ବ୍ଲକ ର ଖିଣ୍ଡା ପଞ୍ଚାୟତ, ଗଡ଼ତରାସ ପଞ୍ଚାୟତ, ନନ୍ଦପୁର ପଞ୍ଚାୟତ, ଅଙ୍ଗାରବନ୍ଧ ପଞ୍ଚାୟତ, ଛେଳିଆପଡ଼ା ପଞ୍ଚାୟତ, କାଙ୍ଗୁଲା ବେନ୍ତପୁର ପଞ୍ଚାୟତ ସରପଞ୍ଚ ଏବଂ ସମାଜସେବୀ ଦୁର୍ଗା ଚରଣ ପ୍ରଧାନ, ରଞ୍ଜିତ ଦାସ, ବିରଞ୍ଚି ସାହୁ, ଲକ୍ଷ୍ମଣ ସାହୁ, ହରେକୃଷ୍ଣ ପ୍ରଧାନ, ଗୁରୁଚରଣ ପ୍ରଧାନ, ଗିରିଶ ସ୍ୱାଇଁ ଜଗବନ୍ଧୁ ସାହୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଧନଜୀବନ ସୁରକ୍ଷା ନିମନ୍ତେ ୬ ଦଫା ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଏହି ଦାବି ଗୁଡିକ ଯଥା ଶୀଘ୍ର ପୂରଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ।

Recent Post

Live Cricket Update