ଗୋ ସମ୍ବର୍ଦ୍ଧନା ମହାଯଜ୍ଞ ଅନୁଷ୍ଠିତ
ଶ୍ରୀ ଗୋପାଳ ଗୋଶାଳା ଅନୁଗୋଳ ଆନୁକୁଲ୍ୟରେ ଏକ ପଞ୍ଚଦିବସୀୟ ଗୋ ସମ୍ବର୍ଦ୍ଧନା ମହାଯଜ୍ଞ ପଞ୍ଚମହଲା ସ୍ଥିତ ଗୋ ଶାଳା ଠାରେ ଅନୁଷ୍ଠତି ହୋଇଯାଇଛି। ୧୧/୦୫/୨୦୨୩ ରଖି ଗୁରୁବାର ଠାରୁ ବୈଦିକ ବିଧି ବିଧାନ ପୂର୍ବକ ଆରମ୍ବ ହୋଇ ୧୫/୦୫/୨୦୨୩ ରଖି ସୋମବାର ପୂର୍ଣ୍ଣାହୁତି ପ୍ରଦାନ କରାଯାଇ ଉଦଯାପିତ ହୋଇଛି। ଯଜ୍ଞ ରେ ବିଭିନ୍ନ ପର୍ଯ୍ୟାୟ ରେ ସୂର୍ଯ୍ୟ ପୂଜନ, ଗୁରୁପୂଜନ, ଗୋ ପୂଜନ ଆଦି କରାଯାଇ ବିଶ୍ୱର କଲ୍ୟାଣ ତଥା ଗୋ ବଂଶର ସୁରକ୍ଷା, ସଂରକ୍ଷଣ, ସମ୍ବର୍ଦ୍ଧନା ଓ ଗୋ ହତ୍ୟା ନିଷେଧ କରିବା ପାଇଁ ବୈଦିକ ସଂକଳ୍ପ କରାଯାଇଥିଲା। ପଞ୍ଚଗବ୍ୟର ଉପକାରିତା, ଗୋମୟ ଓ ଗୋ ସୂତ୍ର ର ମାନବ କଲ୍ୟାଣ ପାଇଁ ଉପଯୋଗୀତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଭାରତର ବମ୍ ବିଭିନ୍ନ ସ୍ଥାନରୁ ଆସିଥିବା ଯାଜ୍ଞିକ ବ୍ରାହ୍ମଣ ମଣ୍ଡିତ ମାନଙ୍କ ଦ୍ଵାରା ସମ୍ପାଦିତ ଏହି ଯଜ୍ଞ ବିଶ୍ଵ କଲ୍ୟାଣ, ପରିବେଶ ସୁରକ୍ଷା ନିମନ୍ତେ ଯଜ୍ଞ ସଂସ୍କୁତି ଓ ଗୋ ପାଳନର ମହତ୍ତ୍ବ ତଥା ସୁସ୍ଥ ସମାଜ ଗଠନ ନିମନ୍ତେ ଏକ କାର୍ଯ୍ୟକ୍ରମ ବୋଲି ଗୋ ଶାଳା ର କର୍ମକର୍ତ୍ତା ମତ ପ୍ରକାଶ କରିଥିଲେ।