ଚାଉଳ କୁ ନେଇ ହେରଫେର ଅଭିଯୋଗ
ପଞ୍ଚାୟତ ଅଫିସ୍ ସମ୍ମୁଖରେ ଧାରଣା ରେ ବସିଲେ ପଞ୍ଚାୟତବାସୀ
ତାଳଚେର ବ୍ଲକ୍ ବ୍ରଜନାଥପୁର ପଞ୍ଚାୟତ ରେ ୨୭ଟନ୍ ଚାଉଳ ଓ ଗହମ ହେରଫେର ହୋଇଥିବାର ଆସିଲା ସାଙ୍ଘାତିକ ଅଭିଯୋଗ। ହିତାଧିକାରୀ ମାନେ କଲେ ପଞ୍ଚାୟତ ଅଫିସ୍ ଘେରାଉ ।ବ୍ରଜନାଥପୁର ପଞ୍ଚାୟତରେ ରିଟେଲର ପଦ୍ମନାଭ ଭୂତିଆଙ୍କ ୨୭ଟନ୍ ଚାଉଳ ହେରଫେର ଘଟଣା ଆଜି ଉଗ୍ରରୂପ ନେଇଛି।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଦାୟିତ୍ୱରେ ଓଡ଼ିଶା ସରକାରଙ୍କ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବ୍ୟାପକ ହେରଫେର ହେଇଥିବା ଜଣା ପଡ଼ିଥିଲା। ଡିସେମ୍ବର ୨୦୨୨, ଜାନୁଆରୀ ଓ ଫେବୃଆରୀ ୨୦୨୩ରେ ବିଭିନ୍ନ କିସମର ଚାଉଳ ଓ ଗହମ ୨୭୪କ୍ୟୁଣ୍ଟାଲ ନିଗମରୁ ଉଠାଇ ଆଣି ନବାଣ୍ଟି ତାହା ସଂପୃକ୍ତ ରିଟେଲର ହେରଫେର କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି ପଞ୍ଚାୟତ ବାସୀ ଉପଜିଲ୍ଲାପାଳ ଙ୍କୁ ଗତ ୩ ତାରିଖ ରିଖରେ ଅବଗତ କରାଇଥିଲେ।୫ଦିନ ମଧ୍ୟରେ ଏହାର ଉତ୍ତର ସଂପୃକ୍ତ ରିଟେଲର ଦେବାକୁ ପତ୍ରରେ ନିର୍ଦ୍ଦେଶ ଦେବା ସତ୍ୱେ ରିଟେଲର କୌଣସି ସନ୍ତୋଷ ଜଣକ ଉତ୍ତର ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ଦେଇନଥିଲେ ନା ଏଯାବତ୍ ହିତାଧିକାରୀ ମାନେ ତାଙ୍କ ରାସନ୍ ରୁ ବଞ୍ଚିତ ହୋଇଛନ୍ତି ତେଣୁ ଆଜି ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ହିତାଧିକାରୀ ମାନେ ପଞ୍ଚାୟତ ଅଫିସ୍ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ଅପରପକ୍ଷରେ ଘଟଣା ର ତଦନ୍ତ ଚାଲିଛି ଏବଂ ହିତରିଧିକାରୀ ମାନେ ତାଙ୍କ ରାସନ୍ ନହାତି ଭାବେ ପାଇବେ ବୋଲି ବର୍ତମାନ ର ସରପଂଚ ନରେଶ ଚନ୍ଦ୍ର ବେହେରା ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି।