ଜଳସଙ୍କଟରୁ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବାକୁ ଏକ ଛୋଟ ପ୍ରୟାସ, ବୋରୱେଲ ସ୍ଥାପନ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ତହସିଲ୍ ଅନ୍ତର୍ଗତ ତଥା ବଡ଼ବିଲ ପୌରାଞ୍ଚଳର ୱାର୍ଡ ନମ୍ବର ୧୫ ସ୍ଥିତ ସାଧୁସିଂ ହାଟିଂ ଠାରେ ଏକ ବୋରୱେଲର ଶୁଭ ଉଦ୍ଘାଟନ ହୋଇଯାଇଛି। ସୂଚନା ଅନୁଯାୟୀ ବଡ଼ବିଲ ପୌରାଞ୍ଚଳର ୱାର୍ଡ ନମ୍ବର ୧୫ସ୍ଥିତ ସାଧୁସିଂ ହଟିଂ ଏକ ଢିପ ଏରିଆ ସଦୃଶ, ଯାହାପାଇଁ ଏହି ଅଂଚଳରେ ସଦା ସର୍ବଦା ଜଳସଙ୍କଟ ଦେଖାଦେଇଥାଏ। ଯେଉଁଥିପାଇଁ ଏହି ଅଞ୍ଚଳର ବାସିନ୍ଦା ମାନେ ଗ୍ରୀଷ୍ମ କାଳରେ ପିଇବାପାଣି ବୁନ୍ଦେ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ, ଯାହାକୁ ନେଇ ଅଞ୍ଚଳ ବାସିନ୍ଦା ମାନେ ବଡ଼ବିଲ ପୌରଧକ୍ଷ ଲକ୍ଷ୍ମଣ ମହାନ୍ତ ଓରଫ ଲାଲଟୁ ଭାଇଙ୍କୁ ଗୁହାରି କରିଥିଲେ, ଏବଂ ସେ ଅଞ୍ଚଳ ବାସିନ୍ଦା ମାନଙ୍କ ଦୁର୍ଦ୍ଦଶା କୁ ହୃଦୟଙ୍ଗମ କରି, ଏହି ଅଞ୍ଚଳରେ ଜଳ ସଂକଟର ସ୍ଥାୟୀ ନିରାକରଣ ପାଇଁ ଚିନ୍ତା କରି ଏକ ବୋରୱେଲ ସ୍ଥାପନ କରାଇଛନ୍ତି, ଯାହାକି ଏହି ବୋରୱେଲ ବିଜୁକଲ୍ୟାଣ ଲୋଡ଼ିଂ ଏଜେନ୍ସୀ ସଂସ୍ଥା ପକ୍ଷରୁ କରଯାଇଥିବା ବେଳେ ଏହାର ଶୁଭ ଉଦ୍ଘାଟନ ବଡ଼ବିଲ ନଗରପାଳ ଶ୍ରୀ ଲକ୍ଷ୍ମଣ ମହାନ୍ତ ନିଜ କରକମଳରେ କରିଛନ୍ତି, ଯାହାକୁ ନେଇ ଅଞ୍ଚଳ ବାସିନ୍ଦା ମାନେ ପୌରାଧକ୍ଷ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଖୁବ୍ ପ୍ରଶଂସା କରିଛନ୍ତି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ