କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତଳଚମ୍ପେଇ ଗ୍ରାମ ପଞ୍ଚାୟତ ବଡରଡୁଆଁ ଗ୍ରାମର ଅନୁସୂଚିତ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ଦିନମଜୁରିଆଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିବା କାର୍ତ୍ତିକ ଜୁଆଙ୍ଗଙ୍କ ଅସମୟରେ ଅକାଳ ମୃତ୍ୟୁ ଘଟିଥିଲା । ତାଙ୍କ ସ୍ତ୍ରୀ କାଙ୍ଗୁଲି ଜୁଆଙ୍ଗ ସ୍ବାମୀଙ୍କ ଅକାଳ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିଲେ । ଶୁଦ୍ଧିକ୍ରିୟା ପାଇଁ ମଧ୍ୟ ଅକ୍ଷମ ଥିବା ଖବର ଭରସା ପରିବାରର ଆଞ୍ଚଳିକ ସଦସ୍ୟ ଲେମ୍ବୁ ଘଣା ଜଣାଇଥିଲେ । ବାସ୍ତବିକ ସ୍ଥିତି ଅନୁଧ୍ୟାନ ପରେ ସଭାପତି Lambodar Mohanta ଙ୍କ ଆହ୍ଵାନକ୍ରମେ ପ୍ରମୁଖ କର୍ମକର୍ତ୍ତା ଶିବଶଙ୍କର ମିଶ୍ର, କେନ୍ଦୁଝର ଜିଲ୍ଲା ସଭାନେତ୍ରୀ ସୋନାଲି ମାରାଣ୍ଡି, ମମତାମୟୀ ପାତ୍ର , ସୌମ୍ୟରଞ୍ଜନ ବେହେରା ପ୍ରମୁଖ ଅସହାୟ ନିଃସନ୍ତାନ ବିଧବା ମହିଳା ଘରକୁ ଯାଇ ଶୁଦ୍ଧିକ୍ରିୟା ପାଇଁ ଆବଶ୍ୟକୀୟ ତେଜରାତି ସାମଗ୍ରୀ, ଶୁଖିଲା ଖାଦ୍ୟ ପ୍ରଦାନପୂର୍ବକ ସମବେଦନା ଜଣାଇଥିଲେ । ଗ୍ରାମବାସୀଙ୍କ ସହିତ ଆଲୋଚନା ମାଧ୍ୟମରେ ଆତ୍ମିୟତା ଭାବନା ସୃଷ୍ଟି କରିବାର ପ୍ରୟାସ ସହିତ ଭରସା ପରିବାରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଥିଲା । ପାଞ୍ଚ ଶହରୁ ଅଧିକ ଜନସଂଖ୍ୟା ବସବାସ କରୁଥିବା ସତ୍ତ୍ୱେ ପିଇବା ପାଣି ପାଇଁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ସୁଫଳ ମିଳିନଥିବାରୁ ଦୁଃଖ ଅନୁଭବ କରୁଥିଲେ ଗ୍ରାମବାସୀ । ମହିଳାମାନେ ଦୀର୍ଘ ଦେଢ଼ ଦୁଇ କିଲୋମିଟର ଦୂରରୁ ଚୁଆ ପାଣି ଆଣି ତୃଷ୍ଣା ମେଣ୍ଟନ କରୁଥିବା କଥା ପ୍ରକାଶ କରୁଥିଲେ । ଦଶରୁ ଉର୍ଦ୍ଧ ବିଧବା ମହିଳା ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ତାଙ୍କୁ ବିଧବା ଭତ୍ତା ମଧ୍ୟ ମିଳୁ ନଥିବା କଥା ଦୁଃଖର ସହିତ ପ୍ରକାଶ କରୁଥିଲେ । ଭରସା ପରିବାରର ନିଃସ୍ଵାର୍ଥପର ସେବା କାର୍ଯ୍ୟକୁ ଗ୍ରାମବାସୀ ପ୍ରଶଂସା କରିବା ସହିତ ତାଙ୍କର ଜଳସଙ୍କଟକୁ ଦୂର କରିବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତିି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍
