ଜଗବନ୍ଧୁ ସାହିତ୍ୟ ସଂସଦର ପତ୍ରିକା ଉନ୍ମୋଚନ ଉତ୍ସବ ଓ ସ୍କୁତିସଭା ଅନୁଷ୍ଠିତ ଏବଂ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି
ବିଷୟ _____ ଆଳି ବ୍ଳକ ଅନ୍ତର୍ଗତ କାକା ଗଳି,ଲୋକାପଡା ଠାରେ ସ୍ବର୍ଗତ ଜଗବନ୍ଧୁ ରାୟଙ୍କର ପୂର୍ଣ୍ଣ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ ତିଥିରେ ଏକ ପତ୍ରିକା ସୁନା ଦେଉଳର ପ୍ରଥମ ଉନ୍ନୋଚନ ଉତ୍ସବ ଓ ସ୍କୁତିସଭା ଏବଂ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ହେଉଛି ସମୁଦ୍ର ପରି ଅଥଳ,ଆକାଶ ପରି ଅପରିସୀମା।ତାର କଳ୍ପନା କରିବା ଏକ ଦୁରୁହ ବ୍ୟାପାର। ସୁନା ଦେଉଳର ପ୍ରଥମ ପ୍ରକାଶନର ଶୁଭ ଉନ୍ମୋଚନ ଅବସରରେ ଭକ୍ତିଭାବପୂର୍ଣ୍ଣ ଭାବରେ ବକ୍ତା ମାନେ ପ୍ରକାଶ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅଭିରାମ ବିଶ୍ଵାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କାଳନ୍ଦି ଚରଣ ଜେନା, ମୁଖ୍ୟ ବକ୍ତା ଭାବେ ଚିରଞ୍ଜିବୀ ଦାଶ, ସମ୍ମାନିତ ଅତିଥି ଭାବେ ସୁରେନ୍ଦ୍ର ମହାରଣା, ପତ୍ରିକାର ମୁଖ୍ୟ ସଂପାଦକ ଅକ୍ଷୟ କୁମାର ପଣ୍ଡା, ସଂପାଦିକା ସ୍ବାତିସ୍ମିତା ଦାସ ପ୍ରମୁଖ ଯୋଗଦେଇ ଥିଲେ ଏବଂ ପତ୍ରିକା ସୁନା ଦେଉଳ ସାହିତ୍ୟ ବିଭାଗର ଅନ୍ୟତମ ବଳିଷ୍ଠ ଅଂଶ ଅଟେ।ଶରୀର ଅଧ୍ୟାୟନ ଓ ଅନୁଶୀଳନ ବିନା ଜଣେ ସାହିତ୍ୟି ପତ୍ରିକା
ରଚନା କରିବା କଷ୍ଟସାଧ୍ୟ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଆଳି ଇତିହାସର ରଚୟିତା, ଔପନ୍ୟାସିକ, ବଳିଷ୍ଠ ବାଗ୍ମୀ ଆଧ୍ୟାତ୍ମିକ ପ୍ରବକ୍ତା, ସମାଜସେବୀ,କର୍ମ କାଣ୍ଡ ବିଶାରଦ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ସ୍କୁତିଚାରଣ ସଭାରେ ସଂଯୋଜକ ଭାବେ ସାହିତ୍ୟିକ ପ୍ରମୋଦ କୁମାର ମଲ୍ଲିକ, ମୁଖ୍ୟ ଅତିଥି ଭାବେ ଶରତ କୁମାର ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ବାସୁଦେବ ସିଂ, ସମ୍ମାନିତ ଅତିଥି ଭାବେ ଧନେଶ୍ଵର ରାଉତ, ଧରଣୀଧର ପାତ୍ର,ପ୍ରଭୃ କଲ୍ୟାଣ ସେନାପତି ଆଦି ଯୋଗଦେଇ ଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମହେଶ୍ୱର ନନ୍ଦ, ପ୍ରମୋଦ ମଲ୍ଲିକ, ରଶ୍ମିତା ସେନାପତି ଓ ଜଗଦାନନ୍ଦ ବଳଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ଜଗବନ୍ଧୁ ସାହିତ୍ୟ ସଂସଦର ସଭାପତି ମନୋଜ କୁମାର ରାୟ ଓ ହିମାଂଶୁ ଶେଖର ରାୟ ଏବଂ ସଂପାଦିକା ସ୍ବାତିସ୍ମିତା ଦାସ ଓ ମୁଖ୍ୟ ସଂପାଦକ ଅକ୍ଷୟ କୁମାର ପଣ୍ଡା ଆଦି ପରିଚାଳନା କରିଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମରେ ବିଶେଷ ଆକର୍ଷଣ ଥିଲେ ମୁଖ୍ୟ ଅତିଥି ମନ୍ତ୍ରୀ ପ୍ରତାପ କେଶରୀ ଦେବ। ଧନ୍ୟବାଦ ଅର୍ପଣ କରିଥିଲେ ସହଦେଵ ସିଂ ।
ଆଳିରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ