ଗଣ ମାଧ୍ୟମରେ ଖବର ପ୍ରସାରଣ ପରେ ଭିନ୍ନକ୍ଷମ ନୟନା ବରାଳ ପାଇଲେ ହୁଇଲ ଚେୟାର

( ଗଣ ମାଧ୍ୟମରେ ଖବର ପ୍ରସାରଣ ପରେ ଭିନ୍ନକ୍ଷମ ନୟନା ବରାଳ ପାଇଲେ ହୁଇଲ ଚେୟାର )

ଜଗତସିଂହପୁର
ତା =17/5/23

ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପାଟେଣୀ ଗାଁ ବାଘସାହିର ନୟନା ବରାଳ ଜଣେ ଶାରୀରିକ ଭିନ୍ନକ୍ଷମ ମହିଳା । ସ୍ନାୟୁ ଜନିତ ପୋଲିଓ କାରଣରୁ ଦୁଇ ଗୋଡ଼ ସମ୍ପୂର୍ଣ ଅଚଳ । ଆଶା ବାଡ଼ି ସହାୟତା ରେ ଛୋଟେଇ ଛୋଟେଇ ଚାଲନ୍ତି । ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶିର୍ବାଦ ସେବା ସଂଗଠନର ସଭାପତି ଜଗନ୍ନାଥ ବେହରା ନୟନା ଙ୍କ ଘରେ ପହଞ୍ଚି ସମସ୍ୟା ସମ୍ପର୍କ ରେ ଅବଗତ ହେବା ପରେ ଜଗତସିଂହପୁର ଜିଲ୍ଲା ସୁଜଙ୍ଗ ଗ୍ରାମର ସମାଜ ସେବୀ ବିଜୟ କୁମାର ରଥ ହରେକୃଷ୍ଣ ଦାସ ଓ ଆଶିର୍ବାଦ ସେବା ସଂଗଠନର ସଭାପତି ଜଗନ୍ନାଥ ବେହେରା ଙ୍କ ମିଳିତ ସହଯୋଗ ରେ ନୟନା ଙ୍କୁ ଚଳ ପ୍ରଚଳ କରିବା ପାଇଁ ହୁଇଲ ଚେୟାର ପ୍ରଦାନ କରିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି | ଜ଼ିଲ୍ଲା ରେ ଅସହାୟ, ନିଃସହାୟ ବ୍ୟକ୍ତି ମାନଙ୍କ ପ୍ରତି ଜ଼ିଲ୍ଲା ପ୍ରଶାସନ ଚରମ ଅବହେଳା ପଦର୍ଶନ କରୁଥିବା ବେଳେ ବ୍ୟକ୍ତି ଗତ ସହାୟତା ରେ ନୟନା ବରାଳ ଙ୍କୁ ଆଶର୍ବାଦ ସେବା ସଂଗଠନ ଜରିଆରେ ହୁଇଳ ଚେୟାର ପ୍ରଦାନ କରାଯିବା ଘଟଣା କୁ ବୁଦ୍ଧିଜୀବୀ ମାନେ ବେଶ ତାରିଫ କରିଛନ୍ତି |

(ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ )

Recent Post

Live Cricket Update