ଯାତ୍ରିବାହୀ ବସ ଓ ଟ୍ରକ ମୁଁହାମୁଁହି ଧକ୍କା,15 ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହାତ

କେନ୍ଦୁଝର –ଯାତ୍ରିବାହୀ ବସ ଓ ଟ୍ରକ ମୁଁହାମୁଁହି ଧକ୍କା,15 ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହାତ

କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଆନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ପୋଇ ଜାମୁଳା ଗ୍ରାମ ର ବିର୍ସା ମୁଣ୍ଡା ଛକ ନିକଟରେ ମା ଦୁର୍ଗା ନାମକ ଏକ ଯାତ୍ରୀବାହୀ ବସ୍ ସହ ଏକ ଟ୍ରକ ର ମୁହାଁମୁହିଁ ଧକ୍କା ହେବା ଫଳରେ ବସ ଟି ରାସ୍ତା ପାଶ୍ୱକୁ ଓଲଟି ପଡିବା ଫଳରେ ବସ ରେ ଥିବା 15 ରୁ ଉର୍ଦ୍ଧ ଯାତ୍ରୀ ଆହାତ ହୋଇଥିଲେ । ଦୁର୍ଘଟଣା ଘଟିବା ପରେ ରେ ବସ ରେ ଥିବା ଆହାତ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଘଟଗାଁ ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ର କୁ ଆମ୍ବୁଲଆନ୍ସ ଯୋଗେ ପହଂଚା ଯାଇଥିବା ବେଳେ ଗୁରୁତର ଆହାତ ମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନଆନ୍ତର କରାଯାଇଥିଲା ! ସୂଚନା ଅନୁସାରେ ବସ ଟି ଯାଜପୁର ରୋଡ଼ ରୁ ଯାତ୍ରୀ ନେଇ କରଂଜିଆ ଆସୁଥିବା ବେଳେ ପୋଇଜାମୁଳା ନିକଟରେ ସମ୍ମୁଖ ରୁ ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ମୁଁହାମୁଁହି ଧକ୍କା ହୋଇଥିବା ବେଳେ ଉଭୟ ଗାଡି ରାସ୍ତା ପାଶ୍ୱକୁ ଖସି ପଡ଼ିଥିଲେ! ଦୁର୍ଘଟଣା ସମ୍ପର୍କ ରେ ଖବର ପାଇ ଘଟଗାଁ ପୋଲିସ ବିଭାଗ ପହଁଚି ଉଭୟ ଗାଡିକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update