ପାଲଟପୁର କୃଷି ସମବାୟ ସମିତିର ନୂତନ ଗୃହର ଶିଳାନ୍ୟାସ ଓ ରବି ଧାନ ମଣ୍ଡିର ଶୁଭ ଉଦ୍ଘାଟନ
ବିଷୟ _____ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଲଟପୁର କୃଷି ସମବାୟ ସମିତିର ନୂତନ ଗୃହର ଶୁଭ ଉଦ୍ଘାଟନ ଓ ରବି ଧାନ ମଣ୍ଡିର ଶୁଭ ଉଦ୍ଘାଟନ ଆଜି ଅପରାହ୍ନରେ ରାଜ୍ୟ ସରକାରଙ୍କ ରାଜସ୍ବ ବିପର୍ଯ୍ୟୟ ପ୍ରଶମନ ପରିଚାଳନା,ଓ ଗଣଶିକ୍ଷା ଏବଂ ଶ୍ରମ ବିଭାଗର ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଦ୍ବାରା ହୋଇଯାଇଛି।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମିତିର ସଭାପତି ଅଶ୍ଵିନୀ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯୋଗଦେଇ ନବୀନ ପଟ୍ଟନାୟକଙ୍କ ସରକାର ସର୍ବଦା କୁଷି ଓ କୃଷକ ମାନଙ୍କ ସମସ୍ୟାକୁ ଅଗ୍ରାଧିକାର ଦେଉଥିବା କଥା କହିଥିଲେ।
ସମ୍ମାନୀତ ଅତିଥି ଭାବେ ସମବାୟ ବିଭାଗର କ୍ଷେତ୍ର ପରିଦର୍ଶକ ନିବେଦିତା ସାମଲ, ସଂପାଦକ ବିଶ୍ବଜିତ ଧଳ, ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦିପ କୁମାର ମହାନ୍ତି,ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ, ନୀନାରାଣୀ ସାମଲ,ସରପଞ ସୁରେନ୍ଦ୍ର ବେଉରିଆ, ସମିତି ସଭ୍ୟ ଶୈରେନ୍ଦ୍ର ସାମଲ,ବିରିପଟା ସରପଞ୍ଚ ଗାୟତ୍ରୀ ନାୟକ, ସମିତି ସଭ୍ୟା ସସ୍ମିତା ଦାସ, ପାଲଟପୁର ସମିତି ସଭ୍ୟ ଧିରେନ୍ଦ୍ର ମଲ୍ଲିକ, ସମିତିର ଉପସଭାନେତ୍ରୀ ଉର୍ମିଳା ବାରିକ, ପୃର୍ବତନ ସରପଞ୍ଚ ଓ ସମିତି ର କର୍ମକର୍ତ୍ତା ରମେଶ ରାଉତ, ପୃର୍ବତନ ସମିତି ସଭ୍ୟ ଓ ଯୁବନେତା ମନୋଜ ଧଳ, ଚିରଞ୍ଜିବୀ ତପନ କୁମାର ରାଉତ,
ପ୍ରଭାତ ଦାସ, ମହେଶ୍ୱର ଜେନା,ସିପୁ ପଣ୍ଡା, ଚିନ୍ନୟ ମାହୁନ୍ତ, ପ୍ରଫୁଲ୍ଲ କର , ରାଜେଶ ବିଶ୍ଵାଳ ପ୍ରମୁଖ ଯୋଗଦେଇ ଥିଲେ ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ