ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ

ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଫଳ ଘୋଷଣା କରିଛନ୍ତି। ଏଥର ପାସ୍ ହାର ୯୬.୪% ରହିଛି।

ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ଛାତ୍ରୀଙ୍କ ପାସ୍‌ ହାର ୯୭.୦୫% ରହିଥିବା ବେଳେ ଛାତ୍ରଙ୍କ ପାସ୍‌ ହାର ୯୫.୭୫% ରହିଛି।୨ଲକ୍ଷ ୫୭ ହଜାର ୧୦୬ ଜଣ ଛାତ୍ରୀ ପାସ୍ କରିଥିବା ବେଳେ ୨ ଲକ୍ଷ ୫୧ ହଜାର ୨୯୮ ଜଣ ଛାତ୍ର ପାସ୍ କରିଛନ୍ତି।

୯୦%ରୁ ଅଧିକ ନମ୍ବର ରଖିଥିବା ଝିଅଙ୍କ ସଂଖ୍ୟା ୨,୨୫୪ ରହିଥିବା ବେଳେ ୯୦%ରୁ ଅଧିକ ନମ୍ବର ରଖିଥିବା ପୁଅଙ୍କ ସଂଖ୍ୟା ୧,୯୦୪ ରହିଛି।

୩,୨୨୨ଟି ସ୍କୁଲରେ ଶତପ୍ରତିଶତ ପିଲା ପାସ କରିଛନ୍ତି। କଟକ ଓ ଜଗତସିଂହପୁର ଜିଲ୍ଲାରେ ପାସ୍‌ହାର ସର୍ବାଧିକ ୯୭.୯୯% ରହିଛି।
ମାଲକାନଗିରି ଜିଲ୍ଲାରେ ସବୁଠାରୁ କମ୍‌ ରେଜଲ୍ଟ ହୋଇଛି। ଏଠାରେ ପାସ୍ ହାର ୯୨.୬୩ % ରହିଛି।

ସୋର୍ସ news

Recent Post

Live Cricket Update