ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମ ପଞ୍ଚାୟତ ଅଧୀନ କାଲୁଣିଗୋଡା ଗ୍ରାମ ରେ ଅବସରପ୍ରାପ୍ତ ଶିକ୍ଷକ ସ୍ବର୍ଗତ କରୁଣାକର ବାରିକ ଙ୍କ ଏକାଦଶାହରେ ସ୍ମୃତି ଚାରଣ ସଭା ପିଙ୍ଗୁଆ ପୂଜ୍ୟପୂଜା ପରିଷଦ ଓ ଗଁଦିଆ ସ୍ମୃତି ସଂସଦ ମିଳିତ ଆନୁକୂଲ୍ୟରେ ପୂଜ୍ୟ ପୂଜା ପରିଷଦ ସଭାପତି ବୁଦ୍ଧଦେବ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଓ ଗଁଦିଆ ସ୍ମୃତି ସଂସଦ ସଭାପତି ହରିହର ସାହୁ ଙ୍କ ଉପସ୍ଥିତି ରେ ମଇ ମାସ ଅଠର ତାରିଖ ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଅଛି।
ଏହି କାର୍ଯ୍ୟକ୍ରମ ରେ ଗଁଦିଆ ସ୍ମୃତି ସଂସଦ ଉପଦେଷ୍ଟା ଡକ୍ଟର ସମୀର କୁମାର ସାହୁ ଇଞ୍ଜିନିୟର ବାବୁଚାନ୍ଦ ମହାଳିକ, ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ହ୍ରୁଷିକେଶ ବାରିକ, ପୂଜ୍ୟ ପୂଜା ପରିଷଦ ବରିଷ୍ଠ ସଭ୍ୟ ସଞ୍ଜୟ କୁମାର ସାମନ୍ତ, ମନମୋହନ ଓଝା, ବିଜୟ କୁମାର ମହାରଣା, ସୂର୍ଯ୍ୟମଣି ବେହେରା,ଅଜୟ କୁମାର ତରାଇ, ଦିଲ୍ଲୀପ କୁମାର ସାହୁ, ସ୍ବର୍ଗତ ବାରିକ ଙ୍କ ସ୍ମୃତି ଚାରଣ ସଭା ରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପିଙ୍ଗୁଆ ପୂଜ୍ୟପୂଜା ପରିଷଦ ର ସଂଯୋଜକ ସନ୍ତୋଷ କୁମାର ଖୁଣ୍ଟିଆ ମଞ୍ଚ ପରିଚାଳନା କରିଥିଲେ। ତାଙ୍କ ର ସୁପୁତ୍ର ପ୍ରତାପ କୁମାର ବାରିକ,ଓ ପବିନା ଙ୍କ ସହିତ ନାତୁଣୀ ଜ୍ବାଇଁ ମାନସ କୁମାର ସାହୁ ଉତ୍ତରୀୟ ଓ ଗୀତାବହି ଦେଇ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟ କ୍ରମରେ ସହସ୍ରାଧିକ ଲୋକ ଉପସ୍ଥିତ ହୋଇଥିଲେ।

/ March 23, 2025
No Comments