( ବାଲ୍ୟ ବିବାହ ସଚେତନତା ରଥ ଉଦଘାଟିତ )
ଜଗତସିଂହପୁର
ତା =18/5/23
ଜଗତସିଂହପୁର ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ତ ପଡିଆରେ ବାଲ୍ୟ ବିବାହ ସଚେତନତା ପରିକ୍ରମା ରଥ ଉଦଘାଟନୀ ଉଛବ ଅନୁଷ୍ଠିତ ହୋଇଯାଇଛି | ଉପ ଜ଼ିଲ୍ଲାପାଳ ପ୍ରଦୀପ କୁମାର ସାହୁ ସବୁଜ ପତାକା ହଲାଇ ବାଲ୍ୟ ବିବାହ ସଚେତନତା ରଥ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଏହା ପରେ ସଦଭାବନା ସଭାଗୃହ ରେ ଜ଼ିଲ୍ଲା ପ୍ରଶାସନ ଓ ଜ଼ିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟ ରେ ଓଡିଶା ରେ ଡାହାଣୀ ଆଖ୍ୟା ଓ ଡାହାଣୀ ଶିକାର ଏବଂ ବାଲ୍ୟ ବିବାହ ନିରାକରଣ ସମ୍ପର୍କୀୟ ଜ଼ିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା | ଜ଼ିଲ୍ଲାପାଳ ପାରୁଲ ପଟୱାରୀ | ଉପ ଜ଼ିଲ୍ଲାପାଳ ପ୍ରଦୀପ କୁମାର ସାହୁ | ଅତିରିକ୍ତ ଜ଼ିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା ପ୍ରମୋଦ କୁମାର ବାରିକ | ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମିନତୀ ମହାପାତ୍ର |ସୁରକ୍ଷା ଅଧିକାରୀ ଆସୁସା ସାହୁ |ଶିଶୁ ସୁରକ୍ଷା ଅଧିକାରୀ କାଁହୁ ଚରଣ ରାଉତ ପ୍ରମୁଖ ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ