ବିଭିନ୍ନ ଦେବାଳୟରେ ପବିତ୍ର ସାବିତ୍ରୀ ବ୍ରତକୁ ସଧବା ନାରୀମାନେ ପାଳନ କଲେ

ବିଭିନ୍ନ ଦେବାଳୟରେ ପବିତ୍ର ସାବିତ୍ରୀ ବ୍ରତକୁ ସଧବା ନାରୀମାନେ ପାଳନ କଲେ।

ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା, ଏହି ଦିନରେ ସଧବା ନାରୀମାନେ ନିଜ ସ୍ୱାମୀର ଦୀର୍ଘାୟୁ କାମନା କରିବା ସହ ମଙ୍ଗଳମନାସି ନିଷ୍ଟାର ସହକାରେ ଏହି ସାବିତ୍ରୀ ବ୍ରତକୁ ପାଳନ କରିଥାନ୍ତି। ପୌରାଣିକ ଆଖ୍ୟାନ ଅନୁସାରେ ଆଜିର ଦିନରେ ସାବିତ୍ରୀ ନିଜ ନିଷ୍ଠା ଓ ସତୀତ୍ଵ ର ପରାକାଷ୍ଠା ବଳରେ ତାଙ୍କ ସ୍ବାମୀ ସତ୍ୟବାନଙ୍କୁ ମୃତ୍ୟୁର ଦେବତା ଜମ ରାଜାଙ୍କ ଠାରୁ ଜୀବନ ଫେରାଇ ଆଣିବାରେ ସକ୍ଷମ ହୋଇଥିଲେ। ଏହି ପବିତ୍ର ସାବିତ୍ରୀ ବ୍ରତକୁ ଜ୍ୟୋଷ୍ଟ ଅମାବାସ୍ୟା ଦିନ ପାଳନ କରାଯାଇଥାଏ। ଏହି ପରିପ୍ରେକ୍ଷିରେ କେନ୍ଦୁଝର ଜିଲ୍ଲାର ବଡ଼ବିଲ ପୌରାଞ୍ଚଳ ର ବିଭିନ୍ନ ଦେବାଳୟ ମାନଙ୍କରେ ସଧବା ନାରୀମାନେ , ନୂଆ ଶାଢ଼ୀ ପିନ୍ଧି ଫଳମୂଳ ନେଇ ଦେବାଳୟ କୁ ଯାଇ ନିଷ୍ଠାର ସହ ଉପବାସ ରହି ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଏହି ପବିତ୍ର ସାବିତ୍ରୀ ବ୍ରତକୁ ପାଳନ କରିଥିବା ଦେଖିବାକୁ ମିଳିଥିଲା , ଯାହାକୁ ନେଇ ବିଭିନ୍ନ ଦେବାଳୟ ମାନଙ୍କରେ ସଧବା ନାରୀ ମାନଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ

Recent Post

Live Cricket Update

You May Like This