ମହିଳା କୃଷି ସମୃଦ୍ଧି ସମବାୟ ସମିତି ସିଂହପୁର ଆନୁକୁଲ୍ୟରେ ଚଷମା ବିତରଣ ଶିବିର ଅନୁଷ୍ଠିତ ହୋଇଯାଇଛି
ବିଷୟ _____ ବିଂଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଗ୍ରାମର ଦଣ୍ଡାସାହି
ମହିଳା କୃଷି ସମୃଦ୍ଧି ସମବାୟ ସମିତି ସିଂହପୁର ଆନୁକୁଲ୍ୟରେ ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ହରି ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମିତି ଗୃହ ପ୍ରାଙ୍ଗଣରେ ଏକ ଚଷମା ବିତରଣ ଶିବିର
କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ତ୍ରିଲୋଚନ ରାଉତ ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଭାବେ ସମାଜସେବୀ ଅକ୍ଷୟ କୁମାର ବେହେରା, ଅନୁଷ୍ଠାନର ସଭାନେତ୍ରୀ ଅଞଳି ସାହୁ ଓ ସଂପାଦିକା ଭାଗ୍ୟଲକ୍ଷି ସାହୁ ଯୋଗଦାନ ପୂର୍ବରୁ ଚକ୍ଷୁ ପରୀକ୍ଷା କରାଯାଇ ୭୦ ଜଣ ଚିହ୍ନଟି ଚକ୍ଷୁ ରୋଗୀଙ୍କୁ ଚଷମା ବିତରଣ କରାଯାଇ ଥିଲା। ଏହି ସଭାଟିକୁ ରତ୍ନାକର ସାହୁ ସଞାଳନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଯେଉଁ ମାନେ ସହଯୋଗ କରିଥିଲେ ସେମାନେ ହେଲେ ବସନ୍ତ କୁମାର ସାହୁ, ଉମାକାନ୍ତ ରାଉତ,ଜୟନ୍ତ କୁମାର ସାହୁ ଓ ରୁନୀଲ କୁମାର ସାହୁ ଏବଂ ସାମ୍ବାଦିକ ସରୋଜ କୁମାର ସାହୁ ପ୍ରମୁଖ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ