ଜର୍ଜଙ୍କ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତଙ୍କ ଘରୁ ସାମଗ୍ରୀ ଜବତ

ଜର୍ଜଙ୍କ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତଙ୍କ ଘରୁ ସାମଗ୍ରୀ ଜବତ।

ବ୍ରହ୍ମପୁର,୧୯/୨୩ ;ଗୋଷାଣୀନୂଆଗାଁ ଥାନା ଅଧୀନରେ ଥିବା ନେହୁର୍ ନଗର ଚତୁର୍ଥ ଲାଇନର ଅଭିଯୁକ୍ତଙ୍କ ଘରୁ ବିଭିନ୍ନ ପ୍ରକାର ସାମଗ୍ରୀ ପୋଲିସ ଜବତ କରିଛି। ସୂଚନା ଅନୁସାରେ ନେହୁର ନଗର ଚତୁର୍ଥ ଲାଇନ ର ବାସିନ୍ଦା ରବୀନ୍ଦ୍ର ବେହେରା ଙ୍କ ପୁଅ ଶଙ୍କର ବେହେର ଏକ ହତ୍ୟା ମାମଲାରେ ଜଡିତ ରହିଥିଲେ ,ଗୋଷାଣୀ ନୂଆଗାଁ ଥାନା ରେ ୨୧୬/୨୦୦୯ ଏକ ମାମଲା ରବୀନ୍ଦ୍ର ନାମରେ ରୁଜୁ ହୋଇଥିଲା। ସେ ଦୀର୍ଘ ଦିନ ଧରି ଫେରାର ରହିଥିବା ସହ ମାନ୍ୟବର ଜିଲ୍ଲା ଜର୍ଜ ସମୟ ଅନ୍ତରାଳେ ଚାରିଥର ନୋଟିସ୍ କରିବା ସତ୍ତ୍ୱେ କୋର୍ଟ ରେ ହାଜର ହେଉନଥିଲେ।ଏହାପରେ ଜିଲ୍ଲା ଜର୍ଜ ତାଙ୍କରି ନାମରେ ଥିବା କିଛି ସମ୍ପତ୍ତି ଜବତ କରିବା ପାଇଁ ପୋଲିସ କୁ ନିର୍ଦ୍ଦେଶ ଦେଇଥିଲେ , ସେହି କ୍ରମେ ଆଜି ମଧ୍ୟାହ୍ନ ୧୨ ଟା ବେଳେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ବ୍ରହ୍ମପୁର ସହକାରୀ ଉପଜିଲ୍ଲାପାଳ ପ୍ରଦୀପ ମହାରଣା, ଟାଉନ୍ ଏସଡିପିଓ ରାଜୀବ ଲୋଚନ ପଣ୍ଡା ଓ ଗୋଷାଣୀନୂଆଗାଁ ଥାନା ଆଇଆଇସି ସ୍ମୃତିପ୍ରଭା ପ୍ରଧାନ ଉପସ୍ଥିତି ରେ ରବୀନ୍ଦ୍ରଙ୍କ ଘରୁ ନିତ୍ଯ ବ୍ୟବହାର୍ଯ୍ୟ ଜିନିଷ ଯଥା ଏଲଇଡି ଟିଭି, ୱାଶିଂ ମେସିନ୍, ଫ୍ରିଜ୍, ଗ୍ରାଇଣ୍ଡର, ସୋଫା ସେଟ, ଷ୍ଟାଣ୍ଡ ଫେନ, ଚେୟାର ଇତ୍ୟାଦି ବହୁ ଜିନିଷ ଜବତକରି ଥାନା ରେ ରଖାଯାଇଛି। ଆଗମୀ ଦିନରେ ଯଦି ସେ କୋର୍ଟ ରେ ହାଜର ନରହିବେ ତାହାଲେ ଜର୍ଜଙ୍କ ବିଚାରଣା ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଟାଉନ୍ ଏସଡିପିଓ ଶ୍ରୀ ପଣ୍ଡା ପ୍ରତିକ୍ରିୟା ଦେଇଛନ୍ତି।

Recent Post

Live Cricket Update

You May Like This