(-ରିସ୍ତା ମାଇକ୍ରୋ ଫାଇଣ୍ଡେସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ )
ଜଗତସିଂହପୁର
ତା =20/5/23
-ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମହିଳା ଓ ଯୁବକମାନଙ୍କୁ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରେ ଚାକିରୀ କରେଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛି ବୋଲି ଜିଲାପାଳ ଓ ଏସପିଙ୍କ ନିକଟରେ ଠକେଇର ଶିକାର ହୋଇଥିବା ମହିଳା ଓ ଯୁବକମାନେ ଅଭିଯୋଗ କରିଥିଲେ । ଠକେଇ ସଂକ୍ରାନ୍ତରେ କିଛି ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ହୋଇଥିଲା | ଠକେଇ ଅଭିଯୋଗକୁ ଖଣ୍ଡନ କରି ଜଗତସିଂହପୁର ଜିଲ୍ଲା ଦୁର୍ଗାବଜାର ନିକଟରେ ରିସ୍ତା ଡେଭଲମେଣ୍ଟ ଫାଉଣ୍ଡେସନ କାର୍ଯ୍ୟଳୟରେ ଏକ ସାମ୍ବାଦିକ ସମ୍ମିଳନି କରାଯାଇଛି । କମ୍ପାନିର ସମସ୍ତ କାଗଜପତ୍ର ଠିକ ଅଛି ଓ କମ୍ପାନୀର ନିୟମକୁ ଆଧାର କରି ଏଜେଣ୍ଟମାନଙ୍କ ସହ ଏଗ୍ରିମେଣ୍ଟ କରାଯାଇ ରସିଦ ଦିଆଯାଇ ଅର୍ଥ ଗ୍ରହଣ କରାଯାଇଛି କିନ୍ତୁ କମ୍ପାନୀର ଟାର୍ଗେଟକୁ ପୂରଣ ନ କରିବାରୁ ଏଭଳି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଲଗାଣକାରି କମ୍ପାନି ମ୍ୟାନେଜର ଆଶିଶ କୁମାର ପୁଷ୍ଟି କହିଛନ୍ତି । ଅନ୍ୟପଟେ ଜିଲ୍ଲାରେ ୧ କୋଟି ଟଙ୍କା ବିଭିନ୍ନ ମହିଳାଗୃପକୁ ଦିଆ ଯାଇଛି ବୋଲି ମଧ୍ୟ କୁହାଯାଇଛି ଓ କିଛି ବ୍ୟକ୍ତି କମ୍ପାନୀକୁ ବଦନାମ କରିବା ପାଇଁ ଏଭଳି ଚେଷ୍ଟା କରୁଛନ୍ତି ବୋଲି କମ୍ପାନୀର ଆସିଷ୍ଟାଣ୍ଟ ଜୋନାଲ ମ୍ୟାନେଜର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଠକେଇର ଶିକାର ହୋଇଥିବା ଥିବା ବ୍ୟକ୍ତିମାନେ। ଯାହାକୁ ନେଇ ଲଗାଣକାରୀ ସଂସ୍ଥାରେ ଠକେଇର ଶିକାର ହୋଇଥିବା ବହୁ ବ୍ୟକ୍ତି ଆନ୍ଦୋଳନ କରିବାକୁ ସଜବାଜ ହେଲେଣି ବୋଲି ସୂଚନା ମିଳିଛି। ଏବଂ ଠକେଇର ଅଭିଯୋଗ ଆଣିଥିବା ମହିଳା ଓ ଯୁବକମାନେ ଟଙ୍କା ଫେରସ୍ତ ପାଇଁ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି । ଏହି ବିବାଦର କେବେ ଅନ୍ତ ହେବ ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ