ଢେଙ୍କାନାଳ ଜିଲ୍ଲା ମିଳିତ ଅମଲା ମଞ୍ଚର ଜିଲ୍ଲାପାଳଙ୍କୁ ଚରମ ପତ୍ର ପ୍ରଦାନ
ମାଈ ମାସ ୨୨ ତାରିଖରୁ ଅମଲାମାନଙ୍କର କଳାବ୍ୟାଜ ପରିଧାନ ପୂର୍ବକ ପ୍ରତିବାଦ ଓ ଦାବି ପୂରଣ ନ ହେଲେ ଜୁନ ୧ ତାରିଖରୁ ସାମୁହିକ ଛୁଟି । ଅଦ୍ୟ ତା, ୨୦/୦୫/୨୦୨୩ ରିଖ ସକାଳ ଘ. ୦୮.୩୦ ମିନିଟ ସମୟରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ, ଢେଙ୍କାନାଳ ପକ୍ଷରୁ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ସରକାରଙ୍କୁ ଦିଆଯାଇଥିବା ଚରମ ପତ୍ରର ନକଲ ଦିଆଯାଇଅଛି । ଢେଙ୍କାନାଳ ଜିଲ୍ଲା ମିଳିତ ଅମଲା ମଞ୍ଚର ଆବାହକ ଶ୍ରୀ ଅରୁଣ କୁମାର ବଳିୟାର ସିଂହ ଓ ଅଧ୍ୟକ୍ଷ ଶ୍ରୀ ବିଭୁତି ଭୂଷଣ ପଟ୍ଟନାୟକ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅମଲାମାନଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଏହା ଗ୍ରହଣ କରିଥିଲେ ଓ ଅମଲାମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ । ଜିଲ୍ଲା ସ୍ତରୀୟ ଅମଲାମାନଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ ହୋଇଥିବା ବେଳେ ଅମଲାମାନଙ୍କୁ ମାଟ୍ରିକ ହାରରେ ଦରମା ଦିଆଯାଉଥିବା ବେଳେ ଏହା ଅମଲା ମାନଙ୍କର ସମ୍ମାନର ପ୍ରଶ୍ନ ହୋଇଛି । ଏହି ସରକାରଙ୍କ ସମୟରେ ବିଭିନ୍ନ ବର୍ଗର କର୍ମଚାରୀମାନଙ୍କର ଦରମା ବୃଦ୍ଧି ଫଳରେ ଅମଲାମାନଙ୍କ ଦରମାରେ ଗୁରୁତର ଅସଙ୍ଗତି ସୃଷ୍ଟି ହୋଇଛି । ସରକାରଙ୍କୁ ଅମଲାମାନଙ୍କର ମୂଳ ଦରମା ଶିକ୍ଷାଗତ ଆଧାରରେ Lavel-9 / ଗ୍ରେଡ ପେ 4200/- କରିବାପାଇଁ ଯଥାର୍ଥ ଦାବି ବିଷୟରେ ଅବଗତ କରାଯାଇଛି ଓ ସରକାରଙ୍କର ଏହା ସକାରାତ୍ମକ ବିଚାରଧ୍ବନଥିବା କହୁଥିବା ବେଳେ ଅଦ୍ୟାବଧୂ ବିଜ୍ଞପ୍ତି ଜାରି କରିବାରେ ଆହେତୁକ ବିଳମ୍ବ କରୁଥିବା କାରଣରୁ ରାଜ୍ୟ ମିଳିତ ମଞ୍ଚ ପକ୍ଷରୁ ସରକାରଙ୍କୁ ମାଈ ମାସ ୧ ତାରିଖରେ ଚରମ ପତ୍ର ପ୍ରଦାନ କରିବାକୁ ବାଧ୍ୟ ହୋଇଥିଲା । ଜନସାଧାରଣଙ୍କ ସେବାରେ ବ୍ୟାଘାତ ସୃଷ୍ଟି ନ କରିବା ପାଇଁ ମିଳିତ ଅମଲା ମଞ୍ଚ ଏହି ଚରମ ପତ୍ର ମାଧ୍ୟମରେ ମଧ୍ୟ ସରକାରଙ୍କୁ ଦୀର୍ଘ ୨୧ ଦିନ ସମୟ ଦିଆଯାଇଅଛି , ଯଦି ସରକାର ଏହି ୨୧ ଦିନ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ନ କରନ୍ତି ଅମଲାମାନେ ବାଧ୍ୟ ହେବେ ୨୨.୦୫.୨୦୨୩ ତାରିଖ ଠାରୁ କଳାବ୍ୟାଜ ପରିଧାନ ପୂର୍ବକ ନିଜ ଅଫିସରେ ଜନସାଧାରଣଙ୍କୁ ସେବା ଯୋଗାଇଦେବା ସଙ୍ଗେ ସଙ୍ଗେ ନିଜର ପ୍ରତିବାଦ ୩୧.୦୫.୨୦୨୩ ତାରିଖ ପର୍ଯ୍ୟନ୍ତ ଜାରି ରଖିବେ । ସରକାରଙ୍କୁ ଗତ ୨୦୧୭ ମସିହାଠାରୁ ବାରମ୍ବାର ଦୃଷ୍ଟି ଆକର୍ଷଣ ପୂର୍ବକ ଏହି ମାଟ୍ରିକ ଦରମା ନେଇ ଜନସାଧାରଣଙ୍କୁ ସେବା ଯୋଗାଇ ଦେବା ସଙ୍ଗେ ସଙ୍ଗେ ଏହି ମଇ ମାସ ୧ ତାରିଖରୁ ଚରମ ପତ୍ର ମାଧ୍ୟମରେ ୨୧ ଦିନ ସମୟ ଦିଅ ଯାଇଛି ଓ କଳାବ୍ୟାଜ ପରିଧାନ କରି ଆହୁରି ୧୦ ଦିନ ସମୟ ଦିଆଯାଉଛି, ଏହିପରି ବହୁ ପ୍ରତୀକ୍ଷା ପରେ ଯଦି ସରକାର ବିଜ୍ଞପ୍ତି ପ୍ରକାଶ ନ କରନ୍ତି, ଆସନ୍ତା ଜୁନ ମାସ ୧ ତାରିଖରୁ ୩୦ ଗୋଟି ଜିଲ୍ଲାର ଅମଲାମାନେ ବାଧ୍ୟହୋଇ ସାମୁହିକ ଛୁଟି ରେ ଯିବାପାଇଁ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ତରଫରୁ ନିଷ୍ପତ୍ତି ନିଆଯାଇଅଛି । ଫଳରେ ରାଜ୍ୟର ସମସ୍ତ ବିଭାଗର ସମସ୍ତ ଅମଲାମାନେ ଅଫିସରେ ଅନୁପସ୍ଥିତ ରହିବେ ଓ ଜନସାଧାରଣଙ୍କ ସେବା କାର୍ଯ୍ୟରେ ଯେଉଁ ବ୍ୟାହତ ହେବ ସେଥ୍ପାଇଁ ସରକାର ଦାୟୀ ରହିବେ ବୋଲି ରାଜ୍ୟ ମିଳିତ ଅମଲା ମଞ୍ଚ ପକ୍ଷରୁ କୁହ ଯାଇଛି । ମିଳିତ ଅମଲା ମଞ୍ଚର ଏକମାତ୍ର ଦାବି କନିଷ୍ଠ ସହାୟକମାନଙ୍କର ପ୍ରବେଶିକା ଯୋଗ୍ୟତା ହାରାରେ ମୂଳ ଦରril Level-9 ବ ଗ୍ରେଡ ପେ 42007- ଯାହା କି ଅମଲା ମାନଙ୍କର ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ସରକାରଙ୍କ ଠାରେ ଆଉଥରେ ଦାବି ଉପସ୍ଥାପନା କରୁଅଛୁ ।