ଭଟାଙ୍ଗପଦର ଠାରେ ଜନ ସାଧାରଣଙ୍କୁ ସମ୍ବୋଧିତ କଲେ ୫ଟି ସଚିବ

ଭଟାଙ୍ଗପଦର ଠାରେ ଜନ ସାଧାରଣଙ୍କୁ ସମ୍ବୋଧିତ କଲେ ୫ଟି ସଚିବ

୫ଟି ସଚିବ ଙ୍କ କଳାହାଣ୍ଡି ଜିଲ୍ଲାର ଦୁଇ ଦିନିଆ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମ ଯୋଗଦେଇ ଗତକାଲି ଭଟ୍ଟାଙ୍ଗପଦର ସ୍ଥିତ ଇକୋଟୁରିଜମ କମ୍ପ୍ଲେକ୍ସ ଠାରେ ରାତ୍ରୀ ଯାପନ କରିଥିଲେ ଓ ଆଜି ଆଜି ସକାଳ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଭଟାଙ୍ଗପଦର ଠାରେ ୫ଟି ସ୍କୁଲ ପରିଦର୍ଶନ ପରେ ବ୍ଲକ ୨୬ଗୋଟି ପଞ୍ଚାୟତର ସମସ୍ତ ମିଶନ ଶକ୍ତି ବା ମହିଳା ସ୍ଵୟଂସହାୟକ ଗୋଷ୍ଠୀର ସଭ୍ୟା ଓ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ସମ୍ବୋଧିତ କରି ଥିଲେ। ଭବାନୀପାଟଣା ରୁ ଭଟ୍ଟାଙ୍ଗପଦର ଆରଡ଼ି ରାସ୍ତା ଉନ୍ନତିକରଣ ସହ ସୌନ୍ଦର୍ଯ୍ୟ କରଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ଭଟାଙ୍ଗପଦର ଠାରୁ ରାବଣଧରକୁ ଯିବା ଆରଡ଼ି ରାସ୍ତାକୁ ମୂଖ୍ୟ ମନ୍ତ୍ରୀ ସଡ଼କ ଯୋଜନା କରାଯିବ ବୋଲି ଘୋଷଣା କରିଛନ୍ତି। ଭଟାଙ୍ଗପଦର ୫ଟିସ୍କୁଲ ଭୂରି ଭୂରି ପ୍ରଶଂସା କରିଥିଲେ ଓ କହିଛନ୍ତି ଭୂବନେଶ୍ବର ବେସରକାରୀ ସ୍କୁଲ ମଧ୍ୟ ଏଭଳି ସ୍କୁଲ ନ ସେ କହିଛନ୍ତି।ବିଜୁ ସ୍ବାସ୍ଥ୍ୟ ଯୋଜନା ରେ ମହିଳାମାନଙ୍କ ପାଇଁ କେତେଟଙ୍କା ଦିଆଯାଉଛି ସେ ଏକ ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ପାଇ ଖୁସି ବ୍ୟକ୍ତ କରିଥିଲେ।ଏଥିରେ ବିଭିନ୍ନ ସମସ୍ୟା ଉପରେ ଅଞ୍ଚଳବାସୀ ଲିଖିତ ଦୃଷ୍ଟିଗୋଚର କରିଥିଲେ। ଏନେଇ ପାଣ୍ଡୀଆନ ଦୃଢ଼ ପ୍ରତିଶ୍ରୁତି ଦେଇ ଆଠ ମାସ ଭିତରେ ସମସ୍ତ ସମସ୍ୟାର ସମାଧାନ କରିଯିବା ପ୍ରକାଶ କରିଛନ୍ତି।

Recent Post

Live Cricket Update

You May Like This