ରାଉରକେଲା : ଚଳନ୍ତା ବସ୍ ରେ ଲାଗିଲା ନିଆଁ।। ୧୦୬ ନମ୍ବର ‘ମୋ ବସ’ ସମ୍ପୂର୍ଣ୍ଣ ଜଳି ଗଲା।। ସମସ୍ତ ଯାତ୍ରୀ ଏବଂ ବସ କର୍ମଚାରୀ ସୁରକ୍ଷିତ

ରାଉରକେଲା : ଚଳନ୍ତା ବସ୍ ରେ ଲାଗିଲା ନିଆଁ।। ୧୦୬ ନମ୍ବର ‘ମୋ ବସ’ ସମ୍ପୂର୍ଣ୍ଣ ଜଳି ଗଲା।। ସମସ୍ତ ଯାତ୍ରୀ ଏବଂ ବସ କର୍ମଚାରୀ ସୁରକ୍ଷିତ

ରାଉରକେଲା ଟିସିଆଇ ଛକ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଆଜି ଏକ ଚଳନ୍ତା ବସରେ ନିଆଁ ଲାଗି ଯାଇଥିଲା। ତେବେ ନିଆଁ ଲାଗିଥିବା ଏହି ୧୦୬ ନମ୍ବର ‘ମୋ ବସ୍‌’ ର ସମସ୍ତ ଯାତ୍ରୀ ତଥା ବସ କର୍ମଚାରୀ ସୁରକ୍ଷିତ ଅଛନ୍ତି ।
ଦିନ ପ୍ରାୟ ସାଢ଼େ ୯ଟା ବେଳେ ଏହି ଘଟଣା ଘଟିଛି। ବସ୍‌ଟି ରାଉରକେଲାରୁ ବେଦବ୍ୟାସ ଯାଉଥିବା ବେଳେ ଟିସିଆଇ ଛକ ନିକଟରେ ଏଥିରେ ନିଆଁ ଲାଗି ଯାଇଥିଲା। ସେତେବେଳେ ବସ୍‌ରେ ଖୁବ କମ ଯାତ୍ରୀ ଥିଲେ।ଇଞ୍ଜିନ ପାଖରୁ ଧୂଆଁ ବାହାରୁଥିବା ନେଇ ପ୍ରଥମେ ଯାତ୍ରୀମାନେ ଦେଖିଥିଲେ। ସେମାନେ ଏନେଇ ଡ୍ରାଇଭରଙ୍କୁ ସୂଚନା ଦେଇଥିଲେ। ଡ୍ରାଇଭର ସଙ୍ଗେ ସଙ୍ଗେ ବସକୁ ରାସ୍ତାକଡ଼କୁ ନେଇ ଠିଆ କରି ଦେଇଥିଲେ। ତା’ପରେ ବସ୍ କର୍ମଚାରୀ ଓ ଯାତ୍ରୀମାନେ ବସରୁ ଓହ୍ଲାଇ ଯାଇଥିଲେ।
ଏହା ପରେ ପରେ ବସ୍‌ରେ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ ପୂରା ବସ୍‌ଟିରେ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ ବାହିନୀ କର୍ମୀମାନେ ଆସି ନିଆଁ ଲିଭାଇଥିଲେ। ତେବେ ସେତେବେଳକୁ ବସ୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା।
ବସ୍‌ରେ କେମିତି ନିଆଁ ଲାଗିଲା, ତାହାର କାରଣ ଜଣାପଡ଼ିନି। ପୋଲିସ ଏବଂ ଫାୟାର ଟିମ୍ ଏହାର ତଦନ୍ତ କରୁଛନ୍ତି। ସୂଚନାଯୋଗ୍ୟଯେ , ଗତ ଜାନୁଆରୀ ମାସରୁ ରାଉରକେଲାରେ ମୋ ବସ୍ ସେବା ଆରମ୍ଭ ହୋଇଛି। ହକି ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ ଏଠାରେ ମୋ ବସ୍ ଗଡିଥିଲା। ଏବେ ରାଉରକେଲା ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ମୋ ବସ ସେବା ସଫଳତାର ସହ ଚାଲିଛି।

ରାଉରକେଲା ରୁ ସୁଶାନ୍ତ କୁମାର ଗଡ଼ନାୟକ ରେପୋଟ

Recent Post

Live Cricket Update

You May Like This