ଓଡ଼ିଶାରେ ଦୁଇ ନୂଆ ରେଳ ପ୍ରକଳ୍ପ କୁ ଅନୁମୋଦନ ଦେବାରୁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ଟ୍ୱିଟ୍ କରି କହିଛନ୍ତି ଯେ
ଓଡ଼ିଶାର ଦୁଇଟି ନୂଆ ରେଳ ଲାଇନ ତାଳଚେର ଏବଂ ଅନୁଗୋଳ ଓ୍ୱାଇ ସଂଯୋଗ ଏବଂ ବରଗଡ ରୋଡ-ନୂଆପଡ଼ା ରୋଡ୍ ପ୍ରକଳ୍ପକୁ ଅନୁମୋଦନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ଧନ୍ୟବାଦ ଜଣାଉଛି । ଖଣି ସମୃଦ୍ଧ ଅଞ୍ଚଳ ଅନୁଗୋଳର ବୃହତ ଶିଳ୍ପାଞ୍ଚଳରେ କୋଇଲା ଭଳି ମାଲ ପରିବହନ ଦିଗରେ ଏହି ରେଳ ଲାଇନ ବିଶେଷ ସହାୟକ ହେବ ।
ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ କଳ୍ପନାରେ ଓଡିଶାକୁ ରେଳ କ୍ଷେତ୍ରରେ ରେକର୍ଡସଂଖ୍ୟକ ଅନୁଦାନ ଦିଆଯାଇଛି । ବରଗଡ ରୋଡ୍ – ନୂଆପଡ଼ା ରୋଡ୍ ନୂଆ ରେଳ ଲାଇନ ପଶ୍ଚିମ ଓଡିଶାର ରେଳ ଯୋଗାଯୋଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳର ଲୋକମାନେ ବିଶେଷ ଉପକୃତ ହେବେ ।