ଦେଶରୁ ବନ୍ଦ୍ ହେବାକୁ ଯାଉଛି ୨୦୦୦ ଟଙ୍କିଆ ନୋଟ୍
ନୂଆଦିଲ୍ଲୀ – ଏବେ ୨୦୧୬ରେ ପ୍ରଚଳିତ ହୋଇଥିବା ୨୦୦୦ ଟଙ୍କିଆ ନୋଟ୍ ସମ୍ପୂର୍ଣ ବନ୍ଦ୍ ହେବାକୁ ଯାଉଛି। ଏ ନେଇ ଆର୍ ବି ଆଇ ପକ୍ଷରୁ କୁହାଯାଇଛି। ୨୦୧୮- ୧୯ ବର୍ଷରୁ ଏହାର ପ୍ରିଣ୍ଟିଂ ବନ୍ଦ୍ କରାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ଏହାର ପ୍ରଚଳନ ଜାରି ରହିଛି। ଆସନ୍ତା ୨୩ ତାରିଖ ଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର ତିରିଶ ପର୍ଯ୍ୟନ୍ତ ଏହି ନୋଟ୍ କୁ ବ୍ୟାଙ୍କ ଦ୍ଵାରା ବଦଳାଇ ପାରିବେ ଆପଣ। ଏଥି ପାଇଁ ଆପଣ ପ୍ରତ୍ୟେକ ଦିନ ୨୦୦୦୦ ପର୍ଯ୍ୟନ୍ତ ଅର୍ଥାତ୍ ୧୦ ଟି ନୋଟ୍ ବଦଳାଇ ପାରିବେ। ତେବେ ବ୍ୟାଙ୍କ୍ ମାନେ ଆଉ ଦୁଇ ହଜାର ଟଙ୍କିଆ ନୋଟ୍ ବଜାରକୁ ନ ଛାଡ଼ିବାକୁ ଆର୍ ବି ଆଇ ନିର୍ଦ୍ଧେଶ ଦେଇଛନ୍ତି।
ତେବେ ଏପରି ନୋଟ୍ ବନ୍ଦୀ ପୂର୍ବରୁ ୧୯୪୬, ୧୯୭୮ ପ୍ରଭୃତି ସମୟରେ କଳାବଜାରୀ ରୋକିବାକୁ ସରକାର ପଦକ୍ଷେପ ନେଇଥିଲେ। ସେତେବେଳେ ଦେଶରେ ଅଧିକରୁ ଅଧିକ ୫୦୦୦ ଓ ୧୦୦୦୦ ଟଙ୍କିଆ ନୋଟ୍ ପ୍ରଚଳିତ ହେଉଥିଲା ଓ ଏହାକୁ ବନ୍ଦ୍ କରିଥିଲେ ସରକାର।
ତେବେ ଏହା ବଦଳରେ ନୂତନ ଡିଜାଇନ୍ ନୋଟ୍ ବଜାରକୁ ଆସିପାରେ ବୋଲି ଅନୁମାନ କରାଯାଉଛି।