ଶ୍ରୀ ଶ୍ରୀ ମହାକାଳେଶ୍ଵର ମହା ଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ କଳସ ଯାତ୍ରା

ଶ୍ରୀ ଶ୍ରୀ ମହାକାଳେଶ୍ଵର ମହା ଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ କଳସ ଯାତ୍ରା

ଢେଙ୍କାନାଳ ସହର ସ୍ଥିତ କବଲ୍ୟ ବଜାର ରେ ଥିବା ଗାୟତ୍ରୀ ଶକ୍ତି ପୀଠ ଠାରେ ବାବା ମହାକାଳେଶ୍ଵରଙ୍କର ନୂତନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଏକ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଭାଗୀରଥି ସାଗର କୂଳରେ ପଣ୍ଡିତମାନଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇ୧୧୦ ରୁ ଉର୍ଦ୍ଧ୍ବ ମହିଳାମାନେ କଳସ ଧରି ସହର ପରିକ୍ରମା କରି ମନ୍ଦିର ନିକଟରେ ପହଞ୍ଚିଲା ପରେ ପୂଜା ବିଧି ଯଥା ଧ୍ୟାନାଦିବାସ,କୁଣ୍ଡଳାଦି ପୂଜା, ଅଗ୍ନି ସ୍ଥାପନ କରାଯାଇଥିଲା। ୨୦ ତାରିଖ ଅଙ୍କୃରାପୋଣ କରାଯାଇଥିଲା। ୨୨ ତାରିଖ ସୋମବାର ସୂର୍ଯ୍ୟ ପୂଜା,ଗୋପୂଜା, ବିଗ୍ରହ ମହାସ୍ନାନ କୁଣ୍ଡଳାଦି ପୂଜା,ଜିବନ୍ୟାସ, ମନ୍ଦିର ନ୍ୟାସ,ଧୋଜା ଉତଳନ ଓ ବାବା ମହାକାଳେଶ୍ଵରଙ୍କ ମନ୍ଦିର ପ୍ରବେଶ। ୨୩ତାରିଖ ମଙ୍ଗଳବାର ସୂର୍ଯ୍ୟ ପୂଜା, କୁଣ୍ଡଳାଦି ପୂଜା,ରୂଦ୍ରାହୁତି, ଠାକୁରଙ୍କ ମହାରୂଦ୍ରା ଅଭିଷେକ, ପୂର୍ଣ୍ଣାହୁତି ଓ ପ୍ରସାଦ ସେବନ। ପ୍ରଧାନ ଆଚାର୍ଯ୍ୟ ପଣ୍ଡିତ ରାଜକିଶୋର ମିଶ୍ରର୍ଶମା, ପଣ୍ଡିତ ମାନସ ପାଣିଗ୍ରାହୀ ପଣ୍ଡିତ ଦିପକ ମିଶ୍ର, ପଣ୍ଡିତ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଓ ପଣ୍ଡିତ ଅର୍ଜୁନ କୁମାର ପଣ୍ଡା ପୂଜା କାର୍ଯ୍ୟ କରିଥିଲେ। କର୍ତ୍ତା ମନୋଜ କୁମାର ଅଗ୍ରୱାଲ, ସଭାପତି ସନ୍ତୋଷ କୁମାର ଅଗ୍ରୱାଲ ଓ ବ୍ୟବସ୍ଥାପକ ଶିବ ପ୍ରସାଦ ଶତପଥୀ, ପ୍ରହଲ୍ଲାଦ ମାହାନ୍ତି, ଦେବରାଜ ସାହୁ, କୃଷ୍ଣ ଚନ୍ଦ୍ର ସାହୁ ଗୋପିନାଥ ସାହୁ, ବସନ୍ତ ମଞ୍ଜରୀ ମିଶ୍ର (ମହିଳା ମଣ୍ଡଳ ସଭାପତି ଢେଙ୍କାନାଳ) ଓ ଗାୟତ୍ରୀ ପରିବାର ର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ପୂଜା କାର୍ଯ୍ୟ କୁ ସହଯୋଗ କରିଥିଲେ।

Recent Post

Live Cricket Update

You May Like This