ନୂଆହତା ଗ୍ରାମରେ ପାଣି ସମସ୍ୟା ନେଇ ରାସ୍ତା ଅବରୋଧ

ନୂଆହତା ଗ୍ରାମରେ ପାଣି ସମସ୍ୟା ନେଇ ରାସ୍ତା ଅବରୋଧ

ସରପଞ୍ଚ ଓ ସମିତିସଭ୍ୟ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶୃତି

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତ ରେ ପାଣି ସମସ୍ୟା କୁ ନେଇ କିଛି ପରିବାର ଗ୍ରାମର ରାସ୍ତା କୁ ଅବରୋଧ କରିଥିଲେ। ଅବରୋଧକାରୀଙ୍କ ସୂଚନା ମୁତାବକ ଗ୍ରାମକୁ ପାଣି ପାଇପ୍ ବଛାଇ ଦଶ ପନ୍ଦର ଘର ପିଛା ଗୋଟିଏ ଗୋଟିଏ ଟ୍ୟାପ୍ ଯୋଗାଇ ଦିଆଯାଉ ଥିବା ବେଳେ ଅନ୍ୟକିଛି ପରିବାର ଟ୍ୟାପ ରୁ ପାଣି ନ ନେଇ ବିଛା ଯାଇଥିବା ପାଣି ପାଇପ୍ ରୁ ସିଧାସଳଖ ମୋଟର ଲଗାଇ ନିଜ ନିଜ ଘରକୁ ପାଣି ନେଇଯାଉଛନ୍ତି ଯାହାଫଳରେ ଟ୍ୟାପ୍ ରେ ପାଣି ଠିକ୍ ଭାବେ ଆସୁନାହିଁ ଏବଂ ବୋହୁତ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଅସୁବିଧା ର ସମୂଖୀନ ହେଉଥିବା ପରିବାର ଏ ନେଇ ବ୍ଲକ ପ୍ରଶାସନ ଓ ଗ୍ରାମ ସରପଞ୍ଚଙ୍କୁ ଅଭିଯୋଗ କରିବା ପରେ କିଛି ସୁଫଳ ନମିଳିବାରୁ ଆଜି ଗ୍ରାମ ରାସ୍ତାକୁ ଅବରୋଧ କରିବା ପରେ ଗ୍ରାମର ସମିତିସଭ୍ଯା ଙ୍କ ପ୍ରତିନିଧି ପହଞ୍ଚି ବୁଝା ଶୁଝା କରିଥିଲେ। ଏ ସମସ୍ୟା ନେଇ ଗ୍ରାମ ସରପଞ୍ଚଙ୍କୁ ପଚାରିବାରୁ ଯଥାଶୀଘ୍ର ତଦାରଖ କରିବା ସହିତ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

Recent Post

Live Cricket Update

You May Like This