ଓଡିଶା ସାମ୍ବାଦିକ ସଂଗଠନ ର ପଞ୍ଚମ ବାର୍ଷିକ ଉଛବ ଅନୁଷ୍ଠିତ

(ଓଡିଶା ସାମ୍ବାଦିକ ସଂଗଠନ ର ପଞ୍ଚମ ବାର୍ଷିକ ଉଛବ ଅନୁଷ୍ଠିତ )
ଜଗତସିଂହପୁର
ତା =21/5/23
ଓଡିଶା ସାମ୍ବାଦିକ ସଂଗଠନ ଜଗତସିଂହପୁର ଜ଼ିଲ୍ଲା ଶାଖାର ପଞ୍ଚମ ବାର୍ଷିକ ଉଛବ ସ୍ଥାନୀୟ ଡ଼ାକ ବଙ୍ଗଳା ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି | ଓଡିଶା ସାମ୍ବାଦିକ ସଂଗଠନ ଜଗତସିଂହପୁର ଜ଼ିଲ୍ଲା ସଭାପତି ବରିଷ୍ଟ ସାମ୍ବାଦିକ ବୀରବର ଦଳାଇ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସଂଘ ସଚିବ ପ୍ରସନ୍ନ ଦାସ ପ୍ରଦୀପ ପ୍ରଯ୍ୟଳନ କରି ପ୍ରଭୁ ଜଗନ୍ନାଥ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ବାର୍ଷିକ ଉଛବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ |ମୁଖ୍ୟ ବକ୍ତା ଜଗତସିଂହପୁର ସାରସ୍ୱତ ପରିଷଦ ସଭାପତି ଅଧ୍ୟାପକ ହିମାଂଶୁ ଶେଖର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ | ଜ଼ିଲ୍ଲା ସମ୍ପାଦକ ଶରତ କୁମାର ଦାସ ଅତିଥି ପରିଚୟ ଓ ସଂଗଠନ ର ବାର୍ଷିକ ବିବରଣୀ ପାଠ କରିଥିଲେ |ଏହା ପରେ ବିଭିନ୍ନ ବ୍ଲକ ର ସଂଗଠନ ସମ୍ପାଦକ, ସମାଜସେବୀ, ଶିକ୍ଷାବିତ ମାନଙ୍କୁ ସଂଗଠନ ପକ୍ଷରୁ ମାନପତ୍ର, ପୁଷ୍ପଗୁଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା |ଏ ସମସ୍ତ କାର୍ଯ୍ୟକ୍ରମ କୁ ସାମ୍ବାଦିକ ସରୋଜ କୁମାର ନାୟକ, ରଶ୍ମି ରଞ୍ଜନ ମିଶ୍ର ବେଣୁଧର ନାୟକ ପ୍ରମୁଖ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update