ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ସାମ୍ବାଦିକ ସମ୍ମିଳନୀ

ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର, ଆଜି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ଏକ ଦଫା ଦାବି ପୂରଣ ପାଇଁ ସରକାର ବାରମ୍ବାର ଅବହେଳା ପ୍ରତିବାଦରେ ଏକ ପ୍ରେସ ମିଟ ଆୟୋଜନ କର୍ମଚାରୀ ଭବନରେ କରିଥିଲେ. ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶା ଅମଲା ସଙ୍ଘର ରାଜ୍ୟ ସଭାପତି ଜ୍ଞାନ ରଞ୍ଜନ ଦାସ, ସାଧାରଣ ସମ୍ପାଦକ ଚିତ୍ତ ରଞ୍ଜନ ତରାସିଆ, ରାଜସ୍ବ ଅମଲା ସଙ୍ଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ, ଓଡିଶା ଟ୍ରେଜେରି ଅମଲା ସଂଘର ରାଜ୍ୟ ସଭାପତି ସମର କାନୁନଗୋ, ରାଜ୍ୟ ଉପ ନିବନ୍ଧକ ଅମଲା ସଙ୍ଘର ରାଜ୍ୟ ସଭାପତି ବିଭୁଦତ୍ତ ବାରିକ ପ୍ରମୁଖ ଅମଲା ମାନଙ୍କ ଦାବି ପୂରଣ ପାଇଁ ସରକାର ଟାଲଟୁଳ ନୀତି କରୁଥିବାରୁ ଆଗାମୀ ଦିନରେ ପଦକ୍ଷେପ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରିଥିଲେ.ଆମର ମାତ୍ର ଗୋଟିଏ ଦାବି ହେଉଛି ଜିଲ୍ଲା ସ୍ତରୀୟ କନିଷ୍ଠ କିରାଣିଙ୍କ ଦରମାକୁ ଲେବେଲ 4ରୁ ନେଇ ଲେବେଲ 9କୁ ବୃଦ୍ଧି କରାଯାଉ. ଏହି ଦାବି ପୂରଣ ପାଇଁ ସଙ୍ଘ ତରଫରୁ ବାରମ୍ବାର ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବଙ୍କୁ ଭେଟି ଆଲୋଚନା, ଚେତାବନୀ ଦେଇ ଆସୁଥିବା ବେଳେ ସରକାର କିଛି ପଦକ୍ଷେପ ନେଉ ନ ଥିବାରୁ ଆସନ୍ତା ଜୁନ 1ତାରିଖରୁ ସମୂହ ଛୁଟିରେ ଯିବାକୁ ନିଷ୍ପତି ସଙ୍ଘ ନେଇଛି ବୋଲି କହିଛନ୍ତି ସଙ୍ଘର ରାଜ୍ୟ ସଭାପତି ଜ୍ଞାନ ରଞ୍ଜନ ଦାସ. ସେହିଭଳି ରାଜ୍ୟ ସରକାର 2017ରୁ ଜିଲ୍ଲା ସ୍ତରିୟ ଅମଲା ମାନଙ୍କ ପ୍ରବେଶିକା ଯୋଗ୍ୟତା ସ୍ନାତକ ସହିତ କମ୍ପୁଟର ଜ୍ଞାନ ରଖିଥିବା ବେଳେ ସେହି ହାରରେ ଦରମା ଦେଉ ନଥିବାରୁ ଏବଂ ଲେବେଲ 9କିରାଣୀଙ୍କ ଦରମା ସହିତ ସମାନ କରାଯାଉ ନଚେତ ଜୁନ 1ତରିଖରୁ ସମୂହ ଛୁଟିରେ ଯିବେ ବୋଲି ସଙ୍ଘ ନିଷ୍ପତି ନେଇଛି ବୋଲି କହିଛନ୍ତି ସଙ୍ଘର ସାଧାରଣ ସମ୍ପାଦକ ଚିତ୍ତ ରଞ୍ଜନ ତରସିଆ. ଭୁବନେଶ୍ୱର ରୁ ପ୍ରଭାକର ବିଶ୍ୱାଳଙ୍କ
ରିପୋର୍ଟ

Recent Post

Live Cricket Update

You May Like This