ଆମ୍ ଆଦମୀ ପାର୍ଟିର ଜିଲ୍ଲା ସକ୍ରିୟ କର୍ମୀ ସମ୍ମିଳନୀ ଏବଂ ଜୁନ ୮ ବିଜୁଳି ଆନ୍ଦୋଳନ ପ୍ରସ୍ତୁତି ବୈଠକ*

*ଆମ୍ ଆଦମୀ ପାର୍ଟିର ଜିଲ୍ଲା ସକ୍ରିୟ କର୍ମୀ ସମ୍ମିଳନୀ ଏବଂ ଜୁନ ୮ ବିଜୁଳି ଆନ୍ଦୋଳନ ପ୍ରସ୍ତୁତି ବୈଠକ*

ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଜିଲ୍ଲାର ସମସ୍ତ ସକ୍ରିୟ ସଦସ୍ୟଙ୍କୁ ନେଇ ଗୋପବନ୍ଧୁ ଟାଉନହଲଠାରେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲାର ଚାରୋଟି ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ। ମହିଳା ସଭାନେତ୍ରୀ ଶ୍ରୀମତୀ ସ୍ନେହଲତା ମହାନ୍ତି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଧୂପ ଓ ପୁଷ୍ପମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଏହି ବୈଠକରେ ନୂତନ ଜିଲ୍ଲା କାର୍ଯ୍ୟକାରିଣୀ କମିଟି ଗଠନ ହୋଇଥିଲା। ସଂଗଠନକୁ କିପରି ସୁଦୃଢ଼ କରାଯିବ ସେ ବିଷୟରେ ନବନିର୍ବାଚିତ କାର୍ଯ୍ୟକାରିଣୀ ସଦସ୍ୟ ମାନେ ନିଜର ମତ ରଖିଥିଲେ। ଆସନ୍ତା ଜୁନ ୮ ତାରିଖରେ ଭୁବନେଶ୍ୱର ଠାରେ ହେବାକୁ ଥିବା ଦୁଇ ଶହ ୟୁନିଟ ଦେୟମୁକ୍ତ ବିଜୁଳି ଯୋଗାଣ ଆନ୍ଦୋଳନରେ ଜିଲ୍ଲାରୁ ପ୍ରାୟ ୨ ହଜାର କ୍ରମକର୍ତ୍ତା ଯୋଗ ଦେବାର ଦାୟୀତ୍ୱ ପ୍ରଦାନ କରାଯାଇଲା l ଏହି ବୈଠକରେ ବିଷ୍ଣୁ ପ୍ରସାଦ ପଣ୍ଡା ସଭା ପରିଚାଳନା କରିଥିବା ବେଳେ ବରିଷ୍ଠ ସଦସ୍ୟ ରମେଶ ଚନ୍ଦ୍ର ପଣ୍ଡା, ବିକ୍ରମ ରାଉତ, ଶୁସାନ୍ତ ପାଣି, ପ୍ରକାଶ ବିଶ୍ବାଳ, ବିଭୁରଞ୍ଜନ ସାହୁ, ସଞ୍ଜୟ ମହାରଣା, ଶରତ ଚନ୍ଦ୍ର ଗିରି, ସନାତନ ନାଏକ, ରଞ୍ଜୁବାଳା ନାଏକ, ସଞ୍ଜୁକ୍ତା ମହାପାତ୍ର, ଲିପି ନାୟକ, ଭଗବତୀ ନାଏକ, ପମୀନା ନାୟକ, ଲିପି ନାୟକ, ଚିନ୍ମୟ ସେନାପତି, ଜିତେନ୍ଦ୍ର ବେହେରାଙ୍କ ବ୍ୟତୀତ ଜିଲ୍ଲାର ଶତାଧିକ ସକ୍ରିୟ ସଦସ୍ୟ ଯୋଗ ଦେଇଥିଲେ l ଶେଷରେ ହିନ୍ଦୋଳ ବ୍ଲକ ସଭାପତି ମନୋରଞ୍ଜନ ପାଳ ଧନ୍ୟବାଦ ଅର୍ପଣ କରିଥିଲେ l

Recent Post

Live Cricket Update

You May Like This